ପୁରୀ- ରଥଯାତ୍ରାରେ ନିୟୋଜିତ ହୋଇଥିବା ୨ ସେବାୟତଙ୍କ ରିପୋର୍ଟ ପଜିିଟିଭ ଆସିଛି । ୨ ସେବାୟତଙ୍କୁ କୋଭିଡ ହସ୍ପିଟାଲରେ ଭିର୍ତି କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ରଥ ଯାତ୍ରାରେ ସଂପୃକ୍ତ ୨୬୩୬ ସେବାୟତଙ୍କ ୩ଥର କରୋନା ପରୀକ୍ଷା କରାଯାଇଥିଲା । ରଥଯାତ୍ରା ପୂର୍ବରୁ ଥରେ, ବାହୁଡା ଯାତ୍ରା ପୂର୍ବରୁ ଏବଂ ଘୋଷଯାତ୍ରା ପରେ ତୃତୀୟ ପର୍ଯ୍ୟାୟ ଟେଷ୍ଟ ହୋଇଥିଲା । ତୃତୀୟ ପର୍ଯ୍ୟାୟରେ ଘୋଷଯାତ୍ରାରେ ସାମିଲ ହୋଇଥିବା ପ୍ରାୟ ୪ ହଜାରରୁ ଅଧିକ ସେବାୟତଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ତେବେ ଏହି ପରୀକ୍ଷାରୁ ୨ ଜଣ କରୋନାରେ ଆକ୍ରାନ୍ତ ବୋଲି ଜଣାପଡିଛି ।