ସମ୍ବଲପୁର- କରୋନା ସଂକ୍ରମଣକୁ ରୋକିବା ପାଇଁ ସମ୍ବଲପୁରକୁ ୧୦ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲା ପ୍ରାଶସନ । ବୁଧବାର ଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୨ ଦଫା ଲାଗୁହେବ । ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ଦଫା ସଟଡାଉନ ହେବ । ସେହିପରି ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ଦଫା ସଟଡାଉନ ହେବ । ଏହି ଲକଡାଉନ ସମୟରେ ଦୋକାନ ବଜାର, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ । ହସ୍ପିଟାଲ, କ୍ଳିନିକ, ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଖୋଲା ରହିବ । କ୍ଷୀର ଦୋକାନ ମଧ୍ୟ ଖୋଲା ରହିବ । କେବଳ ଖାଦ୍ୟ ପାର୍ସଲ ପାଇଁ ଢାବା ଖୋଲା ରହିବ । ଏତଦ୍ ବ୍ୟତିତ ଜିଲ୍ଳା ଭିତରେ ସରକାରୀ, ଘରୋଇ ଗାଡି ଚଳାଚଳ ବନ୍ଦ ରହିବ । ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଗାଡି ଗୁଡିକ କେବଳ ଚାଲିପାରିବ । ବିନା କାରଣରେ ଯେଉଁମାନେ ପଦାକୁ ବାହାରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କଡା ଚେତାବନୀ ଦେଇଛନ୍ତି ।