ରାଜ୍ୟରେ ୫ ପ୍ରକାର କରୋନା ଭାଇରସ୍


ଭୁବନେଶ୍ୱର- ରାଜ୍ୟରେ ବୁଲୁଛି ୫ ପ୍ରକାରର କରୋନା ଭାଇରସ । ସେଗୁଡିକ ହେଉଛି ୧୯ଏ, ୧୯ବି, ୨୦ବି ଓ ୨୦ସି, । ସବୁଠୁ ଅଧିକ ୨୦ଏ ଓ ୨୦ବି ଭାଇରସ ଠାବ ହୋଇଛି ବୋଲି ଆଇଏଲସି ନିଦେ୍ର୍ଧଶକ ଅଜୟ ପରିଡା କହିଛନ୍ତି । ତାଙ୍କ କହିବା ଅନୁଯାୟୀ ଆରଏମଆରସି ଓ ଆଇଏଲସି ପକ୍ଷରୁ ଓଡିଶାରେ ୨୨୫ ସାମ୍ପଲ ସଂଗ୍ରହ କରାଯାଇ ଗବେଷଣା କରାଯାଇଥିଲା । ୧୩ ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କୁ ନେଇ ଗବେଷଣା ହୋଇଥିଲା । ଜେନୋମିକ ଷ୍ଟଡ ପରେ ପରେ ୫ ପ୍ରକାର କରୋନା ଭାଇରସ୍ ଦେଖିବାକୁ ମିଳିଛି । ଏନେଇ ଅଜୟ ପରିଡା କହିଛନ୍ତି ୫ ପ୍ରକାର ଭାଇରସ ମିଳିବା ପରେ ଭ୍ୟାକସିନ ପାଇଁ ସୁବିଧା ହେବ ।

Leave A Reply

Your email address will not be published.

one × 4 =