୨୬ ବର୍ଷ ପରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ


ପୁରୀ- ଆସନ୍ତା ନଭେମ୍ବର ୨୭ରେ ତାରିଖରେ ପଡୁଛି ଶ୍ର୍ରୀଜିଉଙ୍କ ନାଗାର୍ଜୁନ ବେଶ । ଦୀର୍ଘ ୨୬ ବର୍ଷ ପରେ ପୁଣି ଥରେ ନାଗାର୍ଜୁନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଚଳିତ ବର୍ଷ କାର୍ତିକ ମାସରେ ମହାପ୍ରଭୁଙ୍କ ଏହି ଦୁର୍ଳଭ ବେଶ ଅନୁଷ୍ଠିତ ହେବ । ୨୬ ବର୍ଷ ପରେ ଏହି ବେଶ ପଡୁଥିବାରୁ ଭକ୍ତଙ୍କ ମନରେ ଉତ୍ସାହ ଭରି ରହିଛି ମହାପ୍ରଭୁଙ୍କ ଏହି ବେଶ ଦେଖିବା ପାଇଁ । କିନ୍ତୁ କରୋନା ମଝିରେ ପ୍ରତି ବନ୍ଧକ ସାଜିଛି । ୧୯୯୪ ମସିହାରେ ଶେଷ ଥର ପାଇଁ ଏହି ବେଶ ଅନୁଷ୍ଠିତ ହୋଇଥିଲା । ବିଶ୍ୱବ୍ୟାପୀ କରୋନା ମହାମାରୀ ପାଇଁ ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ତେଣୁ ନାଗାର୍ଜୁନ ବେଶ ସମୟରେ ଶ୍ରଦ୍ଧାଳୁଙ୍କ ସମାଗମ ଉପରେ କଟକଣା ଲାଗିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ନଭେମ୍ବର ମାସରେ କରୋନା ସ୍ଥିତିକୁ ଦେଖି ନିଷ୍ପତି ନିଆଯିବ ।

Leave A Reply

Your email address will not be published.

eleven + 2 =