ଘରୋଇ ଆମ୍ବୁଲାନ୍ସ ପାଇଁ ନୂଆ ଭଡା ଧାର୍ଯ୍ୟ

ଭୁବନେଶ୍ୱର: କରୋନା କାଳରେ ଆମ୍ବୁଲାନ୍ସଗୁଡିକ ଲୋକଙ୍କ ଠାରୁ ମନଇଚ୍ଛା ଭଡା ନେଉଥିବା ବେଳେ ଶେଷରେ ରାଜ୍ୟ ସରକାର ଆଜି ଉଭୟ ଘରୋଇ ହସ୍ପିଟାଲ ଓ ଘରୋଇ ଆମ୍ବୁଲାନ୍ସ ଗୁଡିକ ପାଇଁ ଦର ନିଦ୍ଧାରଣ କରିଛନ୍ତି । ଦର ନିର୍ଦ୍ଧାରଣ ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମ ୧୦ କି.ମି ପାଇଁ ସରକାର ଦର ନିର୍ଦ୍ଧାରଣ କରିଥିବା ବେଳେ ପରବର୍ତୀ କିମି ପାଇଁ ଅତିରିକ୍ତ ଦେୟ ଦେବାକୁ ପଡିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।
ମାରୁତି ଓମିନି ଭଳି ଛୋଟ ଆମ୍ବୁଲାନ୍ସରେ ୧୦ କି.ମି ମଧ୍ୟରେ ଭଡା ବାବଦକୁ ୭୫୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି । ସେହିପରି ସାଧାରଣ ଲାଇଫ୍ ସପୋର୍ଟ ସିଷ୍ଟମ୍ ଥିବା ଛୋଟ ଆମ୍ବୁଲାନ୍ସ ୧୦ କି.ମିକୁ ୧୦୦୦ ଟଙ୍କା ଭଡା ଦେବାକୁ ହେବ । ବୋଲେରା ଭଳି ମଧ୍ୟମ ବର୍ଗର ଆମ୍ବୁଲାନ୍ସ ୧୦ କି.ମିକୁ ୧୦୦୦ଟଙ୍କା ଦର ଭଡା ଧାର୍ଯ୍ୟ ହୋଇଥିଲା ବେଳେ ଲାଇଫ୍ ସପୋର୍ଟ ଥିଲେ ୧୦ କି.ମିକୁ ୧୫୦୦ ଟଙ୍କା ଭଡା ଧାର୍ଯ୍ୟ ହୋଇଛି । ଏହି ବିଜ୍ଞପ୍ତି ଅନୁଯାୟୀ, ୱିଙ୍ଗର ଭଳି ବଡ ଆମ୍ବୁଲାନ୍ସ ୧୦ କି.ମିକୁ ୧୨୫୦ ଟଙ୍କା ଭଡା ଧାର୍ଯ୍ୟ ହୋଇଛି । ସେଥିରେ ଲାଇଫ୍ ସପୋର୍ଟ ଥିଲେ ୨୦୦୦ଟଙ୍କା ଭଡା ନେବେ । ବଡ ଆମ୍ବୁଲାନ୍ସରେ ଆଡଭାନ୍ତ ଲାଇଫ୍ ସର୍ପୋର୍ଟ ସିଷ୍ଟମ୍ ଥିଲେ ୧୦ କି.ମିକୁ ୩ହଜାର ଟଙ୍କା ଦେବାକୁ ପଡିବ । ଏହା ବ୍ୟତିତ ଅତିରିକ୍ତ କିଲୋମିଟର ପାଇଁ ୫୦ଲେଖାଁଏ ଅତିରିକ୍ତ ଦେୟ ଦେବାକୁ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

Leave A Reply

Your email address will not be published.

5 × 3 =