କେନ୍ଦ୍ରାପଡା: ଜୀବନ ରକ୍ଷା କରୁଥିବା ଡାକ୍ତର ଆକ୍ରମଣ ମୁହାଁ ହେଲେ । ଏପରିକି ୨ ଡାକ୍ତର ଭାଈ ସମ୍ବାଦିକ ଓ ପୁଲିସ୍ କୁ ଆକ୍ରମଣ କରିବାକୁ ପଛାଇ ନାହାନ୍ତି । ଏପରି ଅଭାବନୀୟ ଘଟଣା କେନ୍ଦ୍ରପଡା ସହରରେ ଦେଖିବାକୁ ମିଳିଥିବା ବେଳେ ୨ ଜଣ ଡାକ୍ତର ଭାଇ ଦେବାଶିଷ ସାହୁ ଓ ଶିବାଶିଷ ସାହୁ ଓ ତାଙ୍କ ର ୬ଜଣ କର୍ମଚାରୀଙ୍କୁ ଗିରଫ କରିଛି । ତେବେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ଶୁକ୍ରବାର କେନ୍ଦ୍ରାପଡା ସହରରେ ଥିବା ଏକ ଘରୋଇ ନର୍ସିିଂହୋମ୍ ସମ୍ମୁଖରେ ଗହଳି ହୋଇଥିବା ବେଳେ ସେଠା କୁ ଯାଇଥିବା ଜଣେ ସମ୍ବାଦିକ ଏହାର ଫଟୋ ଉଠାଇ ଥିଲେ । ଏହି ସମୟରେ ଉକ୍ତ ନର୍ସିଂହୋମ୍ ମାଲିକଙ୍କ ୨ଡାକ୍ତର ପୁଅ ସେଠାରେ ପହଂଚି ଫଟୋ କାହିଁକି ଉଠାଇଲ ବୋଲି କହି ଗାଳିଗୁଲଜ କରିଥିଲେ । ଏପରିକି ଉକ୍ତ ୨ ଡାକ୍ତର ତଥା ସେମାନଙ୍କ ଷ୍ଟାଫ୍ମାନେ ଉକ୍ତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରବା ସହ ତାଙ୍କ ମୋବାଇଲ ଛଡାଇ ନେଇଥିଲେ । ଏପରିକି ତାଙ୍କ ବାଇକ୍କୁ ମଧ୍ୟ ଭଙ୍ଗାରୁଜା କରିଦେଇଥିଲେ ।