ବାପାଙ୍କ ତଣ୍ଟି କାଟିଦେଲା ପୁଅ

ବୁଗୁଡ଼ା: ଟଙ୍କା ପାଇଁ ଶତ୍ରୁ ସାଜିଲା ନିଜର ଏକ ମାତ୍ର ପୁଅ। ସାଙ୍ଗମାନଙ୍କ ସହ ମିଶି ଟଙ୍କା ଉଡ଼ାଇ ଗରିବ ବାପାକୁ ଅସହାୟ କରିଦେଲା। ଶେଷରେ ବାପା ଟଙ୍କା ଦେବା ପାଇଁ ଅସମର୍ଥ ହେବାରୁ ସୋଲ କଟା ଛୁରିରେ ତାଙ୍କ ତଣ୍ଟି କାଟିଦେଲା। ଆଉ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାପାଙ୍କୁ ପକାଇ ଦେଇ ଘଟଣା ସ୍ଥଳରୁ ଚମ୍ପଟ୍ ମାରିଲା।

ମିଳିଥିବା ସୂଚନା ଅନୁସାରେ, ସୁରେନ୍ଦ୍ର ପ୍ରଧାନ ଆନ୍ଧ୍ରପ୍ରଦେଶରେ ଦାଦନ ଭାବେ କାମ କରୁଥିଲେ। ହେଲେ କରୋନ ସଂକ୍ରମଣ ଯୋଗୁଁ ସେ ଗାଁକୁ ଫେରି ଆସିଥିଲେ। ମାତ୍ର ଘରେ ତାଙ୍କର ଏକ ମାତ୍ର ପୁଅ ଧୋବା (୨୨) କୌଣସି କାମ ଧନ୍ଦା କରୁନଥିବା ସହ ସାଙ୍ଗମାନଙ୍କ ସହ ମଉଜ ମସ୍ତିରେ ସମୟ କଟାଉଥଲା। ଏଥି ପାଇଁ ବାପାଙ୍କୁ ସବୁବେଳେ ଟଙ୍କା ମାଗୁଥିଲା। ପୁଅର ଜିଦ୍ ଆଗରେ ମୁଣ୍ଡ ନୁଆଇଁ ଏଠୁସେଠୁ ଟଙ୍କା ଆଣି ଧୋବାକୁ ଖର୍ଚ୍ଚ କରିବାକୁ ଦେଇଥିଲେ। କିନ୍ତୁ କାମଧନ୍ଦା ଅଭାବରୁ ପୁଅକୁ ଆଉ ଟଙ୍କା ଦେଇପାରୁନଥିବାରୁ ବଚସା ଲାଗିରହିଥିଲା। ଏଥିରେ ଧୋବା ଉତକ୍ଷିପ୍ତ ହୋଇ ଘରେ ଧୋବା ଏକ ଧାରୁଆ ଛୁରିରେ ସୁରେନ୍ଦ୍ରଙ୍କ ତଣ୍ଟି କାଟି ଦେଇଥିଲା।

ପଡ଼ୋଶୀମାନେ ଦମକଳ ବାହିନୀ ଗାଡ଼ିରେ ସୁରେନ୍ଦ୍ରଙ୍କୁ ବୁଗୁଡ଼ା ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସୁରେନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହାପରେ ପୁଲିସ ଅଭିଯୁକ୍ତ ପୁଅ ଧୋବାକୁ ଗିରଫ କରିଥିବା ଜଣାଯାଇଛି।

Leave A Reply

Your email address will not be published.

4 − 1 =