କଂଗ୍ରେସରେ ସାଂଗଠନିକ ପରିବର୍ତନ

ନୂଆଦିଲ୍ଲୀ: କଂଗ୍ରେସର ସାଂଗଠନିକ ସ୍ତରରେ ବଡଧରଣର ଅଦଳବଦଳ ପୂର୍ବକ କାର୍ଯ୍ୟକାରୀ କମିଟି ଓ କେନ୍ଦ୍ରୀୟ ନିର୍ବାଚନ କମିଟିର ପୁନର୍ଗଠନ କରାଯାଇଛି । ଏହା ସହିତ ସର୍ବଭାରତୀୟ କଂଗ୍ରେସ କମିଟିରେ ନୂଆ ସାଧାରଣ ସମ୍ପାଦକ ଓ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରି ନିଯୁକ୍ତ କରାଯାଇଛି । ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଶୁକ୍ରବାର କରିଥିବା ସାଂଗଠନିକ ଅଦଳବଦଳ କ୍ରମେ ଦଳର ବରିÂ ନେତା ଗୁଲାମନବୀ ଆଜାଦ, ଅମ୍ବିକା ସୋନି, ମୋତିଲାଲ ଭୋରା, ଲିଜିନୋ ଫେଲେରିଓ ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ସାଧାରଣ ସମ୍ପାଦକ ପଦରୁ ହଟାଇ ଦିଆଯାଇଛି । ତ୍ରୁଣମୂଳ ସ୍ତରରୁ କଂଗ୍ରେସର ସାଂଗଠନିକ ପରିବର୍ତନ ପାଇଁ ସୋନିଆଙ୍କୁ ପତ୍ର ଲେଖିଥିôବା ୨୩ ନେତାଙ୍କ ମଧ୍ୟରେ ଗୁଲାମନବୀ ସାମିଲ ଥିଲେ । ସେହିପରି ସୋନିଆଙ୍କୁ ଦଳୀୟ କାର୍ଯ୍ୟରେ ସହଯୋଗ କରିବା ପାଇଁ ଏକ ୬ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟିରେ ମୁକୁଲ ୱାଜନିକ୍ , ଏକେ ଆଂଟୋନୀ, ଅହମ୍ମଦ ପଟେଲ, ଅମ୍ବିକା ସୋନି, କେସି ବେଣୁଗୋପାଳ ସ ରଣଦୀପ ସୂର୍ଯେ୍ୟୱାଲ ସଦସ୍ୟ ରହିଛନ୍ତି । ସୂର୍ଯ୍ୟୱାଲା, ଜିତେନ୍ଦ୍ର ପ୍ରସାଦ, ଅଜୟ ମାକେନଙ୍କୁ ନୂଆ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯିବା ସହିତ କର୍ଣ୍ଣାଟକ, ଆସାମ ଓ ରାଜସ୍ଥାନ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି । ଦଳର କେନ୍ଦ୍ର ନିର୍ବାଚନ କମିଟିର ସଦସ୍ୟ ଭାବେ ମଧୁସୂଦନ ମିସ୍ତ୍ରି, ରାଜେଶ ମିଶ୍ର, କୃଷ୍ଣ ଗୌଡା, ଏସ ଜୋଥିମାନ ଓ ଅରବିନ୍ଦର ସିଂହ ଲଭଲିଙ୍କୁ ନିଯୁକ୍ତ ଦିଆଯାଇଛି । ପି.ଚିଦମ୍ବରମ୍, ଜିତେନ୍ଦ୍ର ସିଂହ, ତାରିକ ଅନୱର, ରଣଦୀପ ସୂର୍ଯେ୍ୟୱାଲାଙ୍କୁ ସିଡବ୍ଲୁ୍ୟସିର ନିୟମିତ ସଦସ୍ୟ କରାଯାଇଛି ।

Leave A Reply

Your email address will not be published.

5 + four =