ରାଜ୍ୟରେ ପୁଣି ଉପରମୁହାଁ କରୋନା

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟରେ ବଳବତର ଥିବା ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ର ଅବଧି ଆଉ ମାତ୍ର ୪ଦିନ ବାକିଥିବା ବେଳେ କରୋନା ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ପୁଣି ଉପରମୁହାଁ ହୋଇଛି । ଉଲ୍ଲେଖ ଯୋଗ୍ୟ ଯେ, ଗତ ମେ’ ମାସରେ ଦୈନିକ ସଂକ୍ରମଣ ୧୨ହଜାରରୁ ହ୍ରାସ ପାଇ ୨ହଜାର ତଳେ ଥିବା ବେଳେ ଆଜି ପୁଣି ୩ହଜାର ଅତିକ୍ରମ କରିଛି । ଅନ୍ୟପକ୍ଷରେ ଦେବଗଡ ଜିଲ୍ଲାରେ ଜଣେ ଡେଲଟା ପ୍ଲସ ଭୂତାଣୁ ଆକ୍ରାନ୍ତ ଠାବ ହୋଇଛି । ରାଜଧାନୀ ଭୁବନେଶ୍ୱର ତଥା ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ସଂକ୍ରମଣ ଗତ ୨କିଛି ଦିନ ଧରି ୫୦୦ମଧ୍ୟରେ ସ୍ଥିର ରହିଥିଲା ବେଳେ ଆଜି ପୁଣି ୬୦୦କୁ ଅତିକ୍ରମ କରିଛି । ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୧୮ଟି ଜିଲ୍ଲାରେ ସଂକ୍ରମଣ ୫% ତରେ ରହିଥିଲା ବେଳେ ୪ଟି ଜିଲ୍ଳା ଏବେବି ଲାଳ୍ ବଳୟ ମଧ୍ୟରେ ରହିଛି । ତେବେ ନୟାଗଡ ଜିଲ୍ଲାରେ ସଂକ୍ରମଣ ହାରି ୧୧% ଉପରେ ଥିବା କୁହାଯାଇଛି । ଏପରି ସ୍ଥଳେ ଲକ୍‌ଡାଉନ୍ ପ୍ରତ୍ୟାହୃତ ହେବ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ରାଜ୍ୟରେ ଆଜି ଦିନକରେ ୩ ହଜାର ୫୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୦୨୮ ଓ ୧୫୨୬ଜଣ ସ୍ଥାନୀୟ ସଂକ୍ରମିତ ଥିବା ଜଣାଯାଇଛି । ସେହିପରି ୪୭ଜଣଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୫୧ ଓ କଟକରୁ ୫୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୨୫୬, ଜଗତସିଂହପୁରରୁ ୧୪୫, ଭଦ୍ରକରୁ ୧୫୮, ବରଗଡ଼ରୁ ୩୧, ବଲାଙ୍ଗୀର ୩୧, ବୌଦ୍ଧରୁ ୩୩, ଦେବଗଡ଼ରୁ ୮, ଢେଙ୍କନାଳରୁ ୫୬, ଗଜପତିରୁ ୨୪, ଗଞ୍ଜାମରୁ ୨୨, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୩୮, କେନ୍ଦ୍ରାପଡ଼ାରୁ ୧୧୯, କେଉଁଝରରୁ ୬୫, କୋରାପୁଟରୁ ୬୯, ମାଲକାନଗିରିରୁ ୬୧, ମୟୂରଭଞ୍ଜରୁ ୧୯୬, ବାଲେଶ୍ୱରରୁ ୨୭୧, ଅନୁଗୁଳରୁ ୧୩୩, ପୁରୀରୁ ୨୩୩, ରାୟଗଡ଼ାରୁ ୬୧, ସମ୍ବଲପୁରରୁ ୧୮, ସୋନପୁରରୁ ୨୯, ସୁନ୍ଦରଗଡ଼ରୁ ୭୧, ନୟାଗଡ଼ରୁ ୧୦୦, ନବରଙ୍ଗପୁରରୁ ୨୨, ନୂଆପଡ଼ାରୁ ୨୦ ଓ ଷ୍ଟେଟପୁଲରୁ ୧୦୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାବତ୍ ରାଜ୍ୟରେ ୮, ୯୭, ୦୬୨ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮, ୬୦, ୧୪୨ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ରାଜ୍ୟରେ ୩୩, ୦୧୯ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।
ରାଜ୍ୟରେ ଆଜି ଦିନକରେ ୪୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଭୁବନେଶ୍ୱର, କଟକ, ବରଗଡ଼ ଓ ନୟାଗଡ଼ରୁ ୫ ଜଣ ଲେଖାଏଁ ଥିବା ବେଳେ ଖୋର୍ଦ୍ଧାରୁ ୪ ଜଣ କରୋନାରେ ପ୍ରାଣ ହରାଇଥିବା ଜଣାଯାଇଛି । ସେହିପରି ଗଂଜାମ, ପୁରୀ ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱର, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡା, କଳାହାଣ୍ଡି, ମୟୁରଭଞ୍ଜ ଓ ନୂଆପଡ଼ାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏଯାବତ ରାଜ୍ୟରେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ୩୮୪୮ ଜଣଙ୍କ ମୃତ୍ୟୁ ଘଟିଛି ।
ଏହାସହ ଏବେ ରାଜ୍ୟରେ ସଂକ୍ରମଣ ଓ ଟେଷ୍ଟିଂ ହାର ୫.୧୭ ପ୍ରତିଶତ ରହିଛି । ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୬୮, ୬୯୫ ନମୁନା ପରୀକ୍ଷା ହୋଇଥିଲା ।
ଲକ୍‌ଡାଉନ୍
ଆଉ ୪ଦିନ!

Leave A Reply

Your email address will not be published.

20 + 6 =