ରାଜ୍ୟରେ ୧୦ହଜାର ତଳକୁ ଖସୁନି କରୋନା

ଭୁବନେଶ୍ୱର: ରାଜ୍ୟରେ ଦିର୍ଘ ୨ସପ୍ତାହ ଧରି ଲକ୍‌ଡାଉନ୍ ଏବଂ ଟିକାକରଣ ସତ୍ୱେ ମହାମାରୀ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ । ଗତ ୧ସପ୍ତାହ ଧରି ସଂକ୍ରମଣ ୧୦ହଜାରରୁ ଖସୁ ନାହିଁ । ଆଜି ରାଜ୍ୟରେ ୧୦୩୨୧ ଜଣ ନୂଆ କରୋନା ସଂକ୍ରମିତଙ୍କୁୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୫୭୭୯ ଓ ସ୍ଥାନୀୟ ସଂକ୍ରମିତ ୪୫୪୨ ଜଣ ରହିଥିବା ଜଣାଯାଇଛି । ଆଜି ମଧ୍ୟ ରାଜ୍ୟରେ ୨୨ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୬୬ ଜଣଙ୍କୁ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା, କଟକ ଓ ସୁନ୍ଦରଗଡ ଜିଲ୍ଲାରୁ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ସ୍ଥିତ ରହୁଥିବା ଲକ୍ଷ୍ୟ କରାଯାଇଛି ।
ସେହିପରି ଅନୁଗୁଳରୁ ୪୭୧, ବାଲେଶ୍ୱର ୨୬୯, ବରଗଡ ୩୨୦, ଭଦ୍ରକ ୩୫୦, ବଲାଙ୍ଗୀର ୨୯୧, ବୌଦ୍ଧ ୨୫୦, କଟକ ୭୩୧, ଦେବଗଡ ୧୧୪, ଢେଙ୍କାନାଳରୁ ୭୭, ଗଜପତିରୁ ୫୬, ଗଞ୍ଜାମରୁ ୨୦୩, ଜଗତସିଂହପୁର ୧୫୯, ଯାଜପୁର ୩୩୦, ଝାରସୁଗୁଡା ୩୧୨, କଳାହାଣ୍ଡି ୫୯୯, କନ୍ଧମାଳ ୫୪, କେନ୍ଦ୍ରାପଡା ୧୬୨, କେନ୍ଦୁଝର ୨୦୪, କୋରାପୁଟ ୩୩୮ ଜଣ ଚିହ୍ନଟ ହୋଇଛନ୍ତି ।
ଏଥି ସହିତ ମାଲକାନଗିରିରୁ ୭୭, ମୟୁରଭଞ୍ଜ ୪୫୮, ନବରଙ୍ଗପୁର ୩୩୪, ନୟାଗଡ ୨୭୩, ନୂଆପଡା ୧୪୫, ପୁରୀ ୪୭୨, ରାୟଗଡା ୧୬୩, ସମ୍ବଲପୁର ୪୦୫, ସୁ୍‌ନ୍ଦରଗଡ ୮୧୯ ଓ ଷ୍ଟେଟ୍‌ପୁଲ୍‌ରୁ ୨୪୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏହି ସମୟ ମଧ୍ୟରେ ଆଉ ୧୧୮୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଓଡିଶାରେ ଏପର୍ଯ୍ୟନ୍ତ ମୋଟ୍ ୧୦୯୯୭୮୭୬ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୬୩୩୩୦୨ ଜଣ କରୋନା ସଂକ୍ରମିତ ରହିଥିଲେ । ଆକ୍ରାନ୍ତ ମଧ୍ୟରୁ ୫୨୬୩୫୩ ଜଣ ଆରୋଗ୍ୟଲାଭ କରିଛନ୍ତି ଏବଂ ରାଜ୍ୟରେ ଗତକାଲି ସୁଦ୍ଧା ୧୦୪୫୩୯ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟରୁ ଜଣାଯାଇଛି ।
ବୌଦ୍ଧ, କଳାହାଣ୍ଡି, ଖୋର୍ଦ୍ଧା, ନୂଆପଡା ଓ ସୁନ୍ଦରଗଡର ଜିଲ୍ଲାରୁ ୩ଜଣ ଲେଖାଁଏ କରୋନା ସଂକ୍ରମିତଙ୍କ ପ୍ରାଣହାନି ଘଟିଛି । ଅପରପକ୍ଷରେ ଗଜପତି, କୋରାପୁଟ ଓ ରାୟଗଡା ଜିଲ୍ଲାରୁ ୨ଜଣ ଲେଖାଁଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବଲାଙ୍ଗୀର ଜିଲ୍ଲାରୁ ଜଣଙ୍କ ମୃତ୍ୟୁ ଘଟିଛି ।
ଏହି ନୂଆ ମୃତ୍ୟୁ ମାମଲାକୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୪ ଜଣଙ୍କ ପ୍ରାଣ ନେଇଛି କରୋନା । ଏବେ ବୌଦ୍ଧରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଥିବା ବେଳେ, ରାୟଗଡାରେ ୯୦, କଳାହାଣ୍ଡିରେ ୬୯, ନୂଆପଡାରେ ୪୬, ଓ ସୁନ୍ଦରଗଡରେ ୨୨୯କୁ ବୃଦ୍ଧି ପାଇଛି । ସେହିପରି ଗଜପତିରେ ଏଯାବତ୍ ୪୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କୋରାପୁଟରେ ୨୬ ଓ ବଲାଙ୍ଗୀରରେ ୫୬ ଜଣଙ୍କ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.

three × five =