ବର୍ଷାଙ୍କୁ ଦିଲ୍ଲୀ କୋର୍ଟଙ୍କ ନୋଟିସ

ଭୁବନେଶ୍ବର : ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ  ଛାଡ଼ପତ୍ର ମାମଲାର ଶୁଣାଣି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆରମ୍ଭ ହୋଇଛି । ବିଚାରପତି ଅଂଜୁ ବଜାଜ ଚନ୍ଦନା ଏହି ମାମଲାର ଶୁଣାଣି କରିବା ସହ ବର୍ଷାଙ୍କୁ ନୋଟିସ ଜାରି କରିଛନ୍ତି । ଆସନ୍ତା ଡିସେମ୍ବର ୧୦ରେ କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଅନୁଭବ କହିଛନ୍ତି ଯେ ସେ କୋର୍ଟରେ ନିଜର ପକ୍ଷ ରଖିଛନ୍ତି ଓ ଭଗବାନଙ୍କ ଉପରେ ତାଙ୍କର ଦୃଢ  ବିଶ୍ବାସ ରହିଛି ।

Leave A Reply

Your email address will not be published.

one × five =