କୋଲକାତା: ପଶ୍ଚିମବଙ୍ଗର ବିଜେପି ବିଧାୟକ ଦେବେନ୍ଦ୍ର ନାଥଙ୍କ ମୃତ ଦେହକୁ ଦଉଡିରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ବିଧାୟକଙ୍କୁ ପ୍ରଥମେ ହତ୍ୟା କରାଯାଇ ପରେ ଦଉଡିରେ ଟାଙ୍ଗି ଦିଆଯାଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କିନ୍ତୁ ତାଙ୍କ ମୃତ୍ୟୁକୁ ନେଇ ଏ ଯାଏ କାରଣ ସ୍ପଷ୍ଟ ହୋଇନାହିଁ । ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି ଯେ , ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ହତ୍ୟାକାଣ୍ଡ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା । ମମତା ସରକାରଙ୍କ ଗୁଣ୍ଡା ରାଜ ଏବଂ ଏଠାରେ ଆଇନ୍ ଶୃଙ୍ଖଳା ବିଫଳତା ଅଟେ । ବିଜେପି ନେତା ରାହୁଲ ସିହ୍ନା ବିଧାୟକଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି ।