ନକଲି ଔଷଧ ମାମଲାରେ ୩ଗିରଫ

କଟକ : ମହାମାରି କରୋନା କାଳରେ ବହୁ ଚର୍ଚ୍ଚିତ ନକଲି ଔଷଧ କାରବାର ମାମଲାରେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିିରଫଙ୍କ ମଧ୍ୟରେ ମେଡିଲ୍‌ଏଡ୍ ମେଡିକେମେଣ୍ଟ ପ୍ରାଇଭେଟ୍ ଲିମିଟେର୍ଡ ନିର୍ଦ୍ଦେଶକ ତଥା କମ୍ପାନୀର ମାଲିକ ଶିବ ଜେନାଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଜେନା ଏବଂ ୨ଜଣ କର୍ମଚାରୀ ପ୍ରତି ରଞ୍ଜନ ପରିଡା ଓ ସତ୍ୟରଞ୍ଜନ ମହାନ୍ତିଙ୍କୁ ଏସ୍‌ଏଫ୍ ଗିରଫ କରିଛି । ଆଜି ସେମାନଙ୍କୁ କଟକ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତ୍‌ରେ ହାଜର କରାଯାହଇଛି । ତେବେ ସେମାନଙ୍କ ଜାମୀନ ଆବେଦନ ଅଗ୍ରାହ୍ୟ ହେବାରୁ ସମସ୍ତଙ୍କୁ ଜେଲ୍‌କୁ ପଠାଇଦିଆଯାଇଛି । ଅନ୍ୟପକ୍ଷରେ କମ୍ପାନୀର ମାଲିକ ଶିବ ଜେନା ଗତକାଲିଠାରୁ ଫେରାର ହୋଇଯାଇଛନ୍ତି । ସେ ହାଇକୋର୍ଟରେ ଆଗୁଆ ଜାମୀନ୍‌ପାଇଁ ଆବେଦନ କରିଥିବା ଜଣାଯାଇଛି । ଅଭିଯୁକ୍ତ ଓ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରେ ଥିବା ୫୦ ଲକ୍ଷରୁ ଅଧିକ ଟଙ୍କା ଏସଟିଏଫ୍ ଜବତ୍ କରିଛି ।
ତଦନ୍ତ ବେଳେ ଏସ୍‌ଟିଏଫ୍ ଜାଣିବାକୁ ପାଇଛି ଯେ ଜବତ ହୋଇଥିବା ମେଡିସିନ୍‌ର ଗୋଟିଏ ଷ୍ଟ୍ରିପ୍‌ର ଦାମ ୬୫ ଟଙ୍କା ଥିବା ବେଳେ ଏହାକୁ ୧୨୯୦ ଟଙ୍କାରେ ବିକ୍ରି ବ ବିକ୍ରି କରାଯାଉଥିଲା । ଏହି ଘଟଣାରେ ଲିଙ୍କ ନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ବିଭିନ୍ନ ସ୍ଥାନରେ ଚଢଉ କରୁଛି । ଏବେ ୩ଟି ଟିମ୍ ଓଡ଼ିଶା, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଚଢଉ ଜାରି ରଖିଥିବା କ୍ରାଇମବ୍ରାଞ୍ଚ ଏଡିଜି ଯଶୋବନ୍ତ ଜେଠୱା କହିଛନ୍ତି । ତେବେ ଗିରଫ ହୋଇଥିବା ନିର୍ଦ୍ଦେଶିକା ଫେରାର ଶିବ ଜେନାଙ୍କ ପତ୍ନୀ ବୋଲି ଜଣାପଡ଼ିଛି ।ଗିରଫ ଅନ୍ୟ ଦୁଇ ଅଭିଯୁକ୍ତ ଶିବ ଜେନାଙ୍କ ସହଯୋଗୀ ହୋଇଥିବା ସୂଚନା ମିଳିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶିବ ଜେନା ଏବେ ମଧ୍ୟ ଫେରାର ଅଛି ।
ଗତ କିଛି ଦିନ ତଳେ କଟକ କନିକା ଛକରୁ ନକଲି କରୋନା ମେଡିସିନ୍ ଜବତ ହୋଇଥିଲା । ଏହାର ଲିଙ୍କରେ ରାଜ୍ୟ ସାରା ଚଢ଼ଉ କରାଯାଇଥିଲା ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍ । ଏହି ସମୟରେ ବିପୁଳ ପରିମାଣରେ ନକଲି ଔଷଧ ମିଳିଥିଲା । ଏହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ କ୍ରାଇମବ୍ରାଞ୍ଚ ଏସ୍‌ଏଫ୍ ଘଟଣାର ତଦନ୍ତ କରୁଛି । ଆଜି ସୁଦ୍ଧା ଏସ୍‌ଟିଏଫ୍ ରାଜ୍ୟ ବାହାରକୁ ଯାଇ ତଦନ୍ତ କରୁଛି । ଏପରିକି ମୁମ୍ୱାଇ ପୁଲିସ ହାତରେ ଧରାପଡ଼ିଥିବା ନକଲି ମେଡିସିନ୍ କମ୍ପାନୀ ମାକ୍ସ ରିଲିଫ୍ ହେଲ୍‌ଥ କେୟାର ମୁଖ୍ୟ ସୁଦୀପ ମୁଖାର୍ଜୀଙ୍କୁ ଏସ୍‌ଟିଏଫ୍ ଜେରା କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.

4 × 3 =