କଟକ : କଟକରେ କାଳୀପୂଜା, ଦୀପାବଳି ଓ ବାଣଫୁଟା ପାଇଁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। କଟକ ଡିସିପି ପ୍ରତୀକ ସିଂହ ଏ ସଂପର୍କରେ ସୂଚନା ଦେଇ ଦଶହରା ଭଳି କାଳୀପୂଜା ପାଇଁ କଟକଣା ଜାରି ରହିବ ବୋଲି କହିଛନ୍ତି। ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ରହିବ ଏବଂ ନୃତ୍ୟଗୀତ ଓ ଭଷାଣ ପାଇଁ କଟକଣା ଜାରି କରାଯାଇଛି। ଭଷାଣରେ ପୂଜା କମିଟିରୁ ସର୍ବାଧିକ ୭ ଜଣ ଭାଗ ନେଇ ପାରିବେ। ସେହିପରି ମୂର୍ତ୍ତି ବିସର୍ଜନ ପାଇଁ ୧୧ଟି କୃତ୍ରିମ ପୋଖରୀ ବ୍ୟବସ୍ଥା କରାଯାଇଛି। କାଳୀପୂଜା ଓ ଦୀପାବଳି ପାଇଁ ୧୫ ପ୍ଲାଟୁନ ପୁଲିସ ମୁତୟନ ହେବେ ବୋଲି ଡିସିପି କହିଛନ୍ତି।