ନବମ ଶ୍ରେଣୀ ଛାତ୍ରୀଙ୍କୁ ୨୨ ଦିନ ଗଣଦୁଷ୍କର୍ମ

କଟକ: କଟକରେ ଏକ ଲଜ୍ଜାଜନକ କାଣ୍ଡ ଘଟିଛି। ଚାଉଳିଆଗଞ୍ଜ ଗତିରାଉତ ପାଟଣାରେ ଏକ ଜଂଗଲିଆ ଅଞ୍ଚଳରେ ଥିବା ଘରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଜଣେ କୁକୁଡ଼ା ଦୋକାନୀ ଏବଂ ସହଯୋଗୀ ଯୁବକ ୨୨ ଦିନ କାଳ ଏକ ଘରେ ଅଟକ ରଖି ଗଣଦୁଷ୍କର୍ମ କରିଆସୁଥିଲେ। ଓଏମ୍‌ପି ବସ୍‌ଷ୍ଟାଣ୍ଡ ନିକଟରୁ ଛାତ୍ରୀଙ୍କୁ ଟେକିନେଇ ଏଭଳି କାଣ୍ଡ ଘଟାଇ ଆସୁଥିଲେ। ଏହି ଅନୈତିକ କାରବାରର ଭିଡିଓ ବି ଯୁବକଦ୍ବୟ ମୋବାଇଲରେ ରେକର୍ଡ କରି ପୀଡ଼ିତାଙ୍କୁ ଭୟଭୀତ କରାଉଥିଲେ। ଏଭଳି ଘଟଣା ସମ୍ପର୍କରେ ବାହାରେ ପ୍ରକାଶ କଲେ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଦେବାକୁ ଚେତାବନୀ ଦେଇଥିଲେ। ଏଭଳି ଘଟଣା ସମ୍ପର୍କରେ ଚାଇଲ୍‌ଡ ଲାଇନ୍‌ ପକ୍ଷରୁ ଚାଉଳିଆଗଞ୍ଜ ଥାନାରେ ଦୁଇ ଦୁର୍ବୃତ୍ତଙ୍କ ବିରୋଧରେ ଏତଲା ଦିଆଯାଇଛି। ସେହି ଘରେ କିଛି କଲେଜ ଛାତ୍ରୀଙ୍କୁ ବି ରଖି ଗଣଦୁଷ୍କର୍ମ କରାଯାଉଥିବା ପୀଡ଼ିତା ବୟାନ ଦେଇଛନ୍ତି। ତେବେ ଏଭଳି କାରବାର ପଛରେ ଏକ ଗ୍ୟାଙ୍ଗ୍ କାମ କରୁଥିବା ସନ୍ଦେହ କରାଯାଉଛି।

Leave A Reply

Your email address will not be published.

15 − twelve =