୧୦ କୋଟି ଜିଏସ୍‌ଟି ଫାଙ୍କି ବ୍ୟବସାୟୀ ଗିରଫ

ଭୁବନେଶ୍ୱର : ୭ଟି ନକଲି ଫାର୍ମ କରି ବର୍ଷ ବର୍ଷ ଧରି ୧୦ କୋଟି ଟଙ୍କାରୀ ଜିଏସ୍‌ଟି ଠକେଇ କରିଥିବା ଅଭିଯୋଗରେ ଆଇରନ୍ ସ୍କ୍ରାପ୍ ବ୍ୟବସାୟୀ ସ୍ମୃତିରଞ୍ଜନ ସାହୁଙ୍କୁ ପୋଲିସ୍ ଗିରଫ କରିଛି ।
ଭୁବନେଶ୍ୱର ବାପୁଜିନଗରସ୍ଥିତ ଘରୁ ଜିଏସଟି ଅଧିକାରୀ ପୁଲିସ୍ ସହାୟତାରେ ତାଙ୍କୁ ଗିରଫ କରିଛନ୍ତି । ବାର୍ଷିକ ଟର୍ଣ୍ଣ ଓଭର ୪୦ କୋଟି ବୋଲି ଦର୍ଶାଇ ବର୍ଷ ବର୍ଷ ଧରି ସେ ଜିଏସ୍‌ଟି ଫାଙ୍କୁଥିବା ଅଧିକାରୀ ସୂଚନା ଦେଇଛନ୍ତି । ବିଭିନ୍ନ ଆଡ଼ୁ ମିଳିଥିବା ତଥ୍ୟ ଆଧାରରେ ପୁଲିସ୍ ଓ ଜିଏସ୍‌ଟି ଅଧିକାରୀ ତାଙ୍କ ଘର ଉପରେ ଚଢ଼ାଉ କରିଥିଲେ । ଏହାପରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ପରେ ସ୍ମୃତିରଞ୍ଜନଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.

nineteen + eleven =