କରୋନା ନିୟମକୁ ଭାଙ୍ଗି ନକ୍ସଲ ପାଳିଲେ ସହିଦ ସପ୍ତାହ

ମାଲକାନାଗିରି: ପୋଲିସ ଓ ଅର୍ଦ୍ଧସାମରିକ ବାହିନୀକୁ ଚ୍ୟାଲେଞ୍ଜ କରି ମାଲକାନାଗିରି ଅଂଚଳରେ ନକ୍ସଲମାନେ ପାଳନ କରିଛନ୍ତି ସହିଦ ଦିବସ । ସାମାଜିକ ଦୂରତାକୁ ନମାନି ଶହ ଶହ ସଂଖ୍ୟାକ ଲୋକ ଏଥିରେ ସାମିଲ ହୋଇ ସରକାର ବିରୋଧି ନାରା ଦେଇଥିଲେ । ଏଥିସହିତ ମାସ୍କ ପିନ୍ଧି ନ ପିନ୍ଧିବା ସହ କୋଭିଡ ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରିଛନ୍ତି । ତେବେ ଏହା ପ୍ରସାସନର ଚିନ୍ତାର କାରଣ ପାଲଟିଛି । ସ୍ୱାଭିମାନ ଅଂଚଳରେ ପୋଲିସର ଘନ ଘନ ଚଢଉ ସତ୍ୱେ ନକ୍ସଲମାନେ ଗତ ୨୮ ତାରିଖରୁ ସହିଦ ସପ୍ତାହ ପାଳନ କରୁଛନ୍ତି । ପୋଲିସ ଗୁଳିରେ ଆଖି ବୁଜିଥିବା କମ୍ରେଡଙ୍କୁ ସ୍ମୃତିଚାରଣ କରିବା ସହ ଲାଲ ପତାକା ଧରି ରାଲିରେ ସାମିଲ ହୋଇଥିଲେ । ଗୁରୁପ୍ରିୟା ସେତୁକୁ ବିରୋଧ କରିବା ସହ ସରକାର ଓ ପୋଲିସର ଅତ୍ୟାଚାର ବିରୋଧି ସ୍ଲୋଗାନ ଦେଇଥିଲେ । ସହୀଦ ସ୍ତମ୍ବ ନିକଟରେ ସହିଦଙ୍କୁ ମନେ ପକାଇବା ସହ ଆଦିବାସୀ ଭାଷାରେ ଗୀତ ଗାଇଥିଲେ ।

Leave A Reply

Your email address will not be published.

15 − five =