ଚାଷୀକୁ ମିଳୁନି ସାର

ଭୁବନେଶ୍ୱର: କରୋନା ପାଇଁ ପାଣ୍ଠି ଅଭାବ । ରାଜ୍ୟର ଉପକୂଳ ଜିଲ୍ଳାରେ ଏବେ ଖରିଫ ଚାଷ ଆଗେଇ ଚାଲିଛି । ଖରିପ ଚାଷ ପାଇଁ ଏନ୍ପିକେ ସାରର ଚାହିଦା ଅଧିକା ଥିବା ବେଳେ ମାର୍କଫେଡ ୍ ଯଥେଷ୍ଟ ପରିମାଣର ସାର ଯୋଗାଇ ପାରୁନି । ମାର୍କଫେଡ ଇଫ୍କୋଠାରୁ ସାର ଉଠାଣ ବାବଦକୁ ୪୦କୋଟି ପୈଠ କରିନଥିବାରୁ ଇଫ୍କୋ ଅଧିକ ସାର ଯୋଗାଇବା ବନ୍ଦ କରିଦେଇଛି ।ଏ ସମ୍ପର୍କରେ ରାଜ୍ୟ ଅର୍ଥ ବିଭାଗକୁ ମାର୍କଫେଡ ବହୁବାର ଅବଗତ କରାଇଥିଲେ ବି ଆବଶ୍ୟକ ପାଣ୍ଠି ସରକାର ଏଯାଏ ମଞ୍ଜୁର କରିନାହାଁନ୍ତି । କରୋନା ରାଜ୍ୟ ରାଜକୋଷକୁ ସଂକଟ ଆଡକୁ ଠେଲିଦେଇଥିବା ବେଳେ ଏଥିରୁ ମୁକୁଳିବାକୁ ବାଟ ଖୋଜୁଛନ୍ତି ରାଜ୍ୟ ସରକାର । କିନ୍ତୁ ଏହାର ସିଧାସଳଖ ପ୍ରଭାବ ପଡିଛି ମାର୍କଫେଡ ଉପରେ । ରାଜ୍ୟ ସରକାର ଚାଷୀଙ୍କୁ ସାର ଯୋଗାଇବା ପାଇଁ ସ୍ୱତନ୍ତ୍ର ଭାବେ ୧୦୦କୋଟିର ପାଣ୍ଠି ଗଠନ କରିଛନ୍ତି । ଏଥିରେ ମାର୍କଫେଡ ୭୦କୋଟି ଓଡିଶା କୃଷି ଶିଳ୍ପ ନିଗମ ୨୫କୋଟି ସହାୟତା ପାଇଁ ଚାଷିଙ୍କ ନିକଟରେ ସାର ଯୋଗାଣକୁ ନିଶ୍ଚିନ୍ତ କରନ୍ତି । ସରକାର ମାର୍କଫେଡକୁ ୭୫କୋଟି ବଦଳରେ ୩୭.୫କୋଟି ପାଣ୍ଠ ଦେଇଛନ୍ତି । ମାର୍କଫେଡ ବହୁବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେବି ସରକାର ହାତ ବାନ୍ଧି ବସିଛନ୍ତି । ଓଡିଶା କୃଷି ଶିଳ୍ପ ନିଗମର ସାର ଯୋଗାଣକୁ ନେଇ ସରକାର ସନ୍ତୁଷ୍ଟ ନଥିବାରୁ ନିଗମକୁ ୨୫ କୋଟି ବଦଳରେ ୧୦କୋଟି ମାର୍କଫେଡକୁ ୭୦କୋଟି ବଦଳରେ୯୦କୋଟି ସାର ଦେବାକୁ ନିଷ୍ପତି ନେଇଛନ୍ତି । ଏ ଦୁଇ ସଂସ୍ଥା ଚାଷୀଙ୍କ ସାର ଚାହିଦାର ମାତ୍ର ୩୦% ପୂରଣ କରୁଥିବା ବେଳେ ଘରୋଇ ବେପାରୀମାନେ ୭୦% ଚାହିଦା ପୂରଣ କରୁଛନ୍ତି । ରାଜ୍ୟର ବହୁ ପାକ୍ସ ସାର କାରବାର କରିବାକୁ ସମବାୟ ବିଭାଗ ଦ୍ୱାରା ପଞ୍ଜୀକୃତ ହୋଇନଥିବା ବେଳେ ଚାଷୀଙ୍କ ନିକଟରେ ସାର ପହଁଚିବା କାଠିକର ହେଉଛି ।

Leave A Reply

Your email address will not be published.

9 − three =