୭୫ ବର୍ଷ ବୟସରୁ ଅଧିକ ବୟସ୍କ ନାଗରିକଙ୍କ ପାଇଁ ଆୟକର ଛାଡ

ନୂଆଦିଲ୍ଲୀ : ଚଳିତ ବଜେଟରେ ୭୫ ବର୍ଷ ବୟସରୁ ଅଧିକ ବୟସ୍କ ନାଗରିକମାନଙ୍କୁ ଆଉ ଆୟକର ଦାଖଲ କରିବାକୁ ପଡିବ ନାହିଁ। ଆୟକର ବିବାଦର  ଅନ୍ତ ଘଟାଇବା ପାଇଁ ଏକ କମିଟି ଗଠନ କରାଯିବ, ଏକ ଫେସଲେସ କମିଟି ଗଠନ କରାଯିବ। ଅନ୍ୟ ପକ୍ଷରେ ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କ ପାଇଁ ଟିକସ ଛାଡ କରାଯାଇଛି। ସେହିପରି ପ୍ରବାସୀ ଭାରତୀୟଙ୍କ ପାଇଁ ଛାଡ କରାଯାଇଛି। ବିଦେଶ ଫେରନ୍ତା ଅବସରପ୍ରାପ୍ତଙ୍କ ଜମାଖାତାର ସରଳୀକରଣ ପାଇଁ ନିୟମ ପ୍ରସ୍ତୁତ କରାଯିବ। ଏକ କୋଟିରୁ ଅଧିକ ଅଡିଟକୁ ଛାଡ କରାଯିବ। ଟିକସ ଦେବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରବାସୀ ଭାରତୀୟଙ୍କୁ ଏଥର ଡବଲ୍ ଟ୍ୟାକ୍ସ ବ୍ୟବସ୍ଥାରୁ ଛାଡ କରାଯାଉଛି |

Leave A Reply

Your email address will not be published.

7 − 2 =