ପୂର୍ବତଟ ରେଳପଥ ମୂଖ୍ୟାଳୟରେ ୭୪ ତମ ସ୍ୱାଧିନତା ଦିବସ ପାଳନ

ଭୁବନେଶ୍ୱର ; ଭୁବନେଶ୍ୱର ସ୍ଥିତ ରେଳବାଇ ଷ୍ଟାଡିଅମ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ୭୪ତମ ସ୍ୱରଧିନତା ଦିବସ ପାଳନ ହୋଇଯାଇଛି । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ ଜାତୀୟ ପତାକା ଉତୋଳନ କରି ରେଳ ସୁରକ୍ଷା ବଳ(ଆରପିଏଫ)ଦ୍ୱାରା ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥଲେ । ଏହି ଅବସରରେ ଶ୍ରୀ ବିଦ୍ୟା ଭୁଷଣ ପୂର୍ବ ତଟ ରେଳପଥ ପ୍ରଦର୍ଶନ ଓ ରେଳ କର୍ମଚାରୀଙ୍କ ସାମୁହିକ ପ୍ରୟାସ ସହିତ ଯାତ୍ରା ସୁବିଧା, ସୁରକ୍ଷା ଓ ନିରାପତା, ରେଳ ନେଟୱର୍କର ସଂପ୍ରସାରଣ, ଡିଜିଟାଲ ପଦକ୍ଷେପ ଏବଂ ମାନବ ସମ୍ବଳ ଉପରେ ଆଲୋକ ପାତ କରିଥିଲେ । ଏହି ଉତ୍ସବରେ ଅତିରିକ୍ତ ମହା ପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ସମସ୍ତ ରେଳ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ପୂବତଟ ରେଳ ପଥର ବହୁମୁଖୀ ସଫଳତା ବିଷୟରେ ଉଲ୍ଲେଖ କରି ଶ୍ରୀ ବିଦ୍ୟାଭୁଷଣ ଗତ ଆର୍ଥିକ ବର୍ଷର ଅଦ୍ଭୁତପୂର୍ବ ପ୍ରଦର୍ଶନ ନିମନ୍ତେ ରେଳ କର୍ମଚାରୀମାନଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ତଥା ଅବିଶ୍ରାନ୍ତ ଉଦ୍ୟମ ପାଇଁ ଅଭିନନ୍ଦନ ଜଣାଇଥିଲେ । ମହା ପ୍ରବନ୍ଧକ ସୁଚନା ଦେଇଥିଲେ ଯେ ୨୦୧୯-୨୦ରେ ଜାତୀୟ ସମ୍ପତି ଓ ବ୍ୟକ୍ତିଗତ ଅଭିବୃଦ୍ଧି କ୍ଷେତ୍ରରେ ଅବଦାନ ପାଇଁ ଅନେକ ପ୍ରଦର୍ଶନର ପରିମାପ ଦ୍ୱାରା ପୂର୍ବତଟ ରେଳପଥ ଇତିହାସ ସୃଷ୍ଟି କରିଛି । ୨୦୦, ମେଟ୍ରିକ ଟନର ପଣ୍ୟ ପରିବହନ କରି, ଏହି ରେଳପଥ ୧୭ ଟି ଜୋନ ମଧ୍ୟରେ ପ୍ରଥମ ସ୍ଥାନ ହାସଲ କରି ଇତିହାସ ସୃଷ୍ଟି କରିଛି । ପୂର୍ବତଟ ରେଳଥ ମଧ୍ୟ ପରିଚାଳନା ଅନୁପାତ ୫୧.୩୪% ହାସଲ କରି ଏବଂ ୨୧,୭୦୩ କୋଟିର ସବୋଚ୍ଚ ଆୟ କରି ସମସ୍ତ ୧୭ ଟି ଜୋନ ମଧ୍ୟରେ ଶ୍ରେଷ୍ଠ ହୋଇ ଇତିହାସ ସୃଷ୍ଟି କରିଛି । ଗତ ବର୍ଷ ତୁଳନାରେ ସମସ୍ତ ଖର୍ଚ୍ଚକୁ ଆମେ ୨% ହା୍ରସ କରି ୯୦୯୮ କୋଟିରେ ପହଂଚାଇ ପାରିଛୁ । ମହା ପ୍ରବନ୍ଧକ ଅହୁରି କହିଲେଯେ, ୧୪୬ କିଲୋମିଟର ଲକ୍ଷ୍ୟ ତୁଳନାରେ ୧୫୯ କିଲୋମିଟର ବିଦ୍ୟୁତିକରଣ କାର୍ଯ୍ୟ ସମ୍ପୁର୍ଣ୍ଣକରି ପୂର୍ବତଟ ରେଳପଥ ଭିତିଭୂମି ନିର୍ମାଣ କାର୍ଯ୍ୟ ବୃଦ୍ଧି କରିବା ଦିଗରେ ସଫଳତାର ପାହାଚ ପରେ ପାହାଚ ଚଢି ଚାଲିଛି । ପୂର୍ବର୍ତଟ ରେଳପଥ ୩୨ କିଲୋମିଟର ନୁତନ ଊାଇନ କାର୍ଯ୍ୟକ୍ଷମ କରି ୧୦୦ ପ୍ରତିଶତ ଲକ୍ଷ୍ୟ ହାସଲ କରିଛି । ୮୨.୨୮ କିଲୋମିଟର ଦୋହରୀକରଣ କାର୍ଯ୍ୟ ସମ୍ପୁର୍ଣ୍ଣ କରିଛି । ଯେତେବେଳେ କୋଭିଡ-୧୯ ବିଶ୍ୱ ମହାମାରୀ ହଠାତ୍ ବିଶ୍ୱକୁ ମାଡି ଆସିଲା ସେତେବେଳ ପୂର୍ବ ତଟ ରେଳଥ ଏହିି ଅଦୃଶ୍ୟ ଶତୃକୁ ସମ୍ମସ୍ୱକ୍ଷ ଆହ୍ୱାନ ଦେଇଥିଲା । ସଂକ୍ରମଣ କୁ ପ୍ରତିହତ କରିବା ପାଇଁ ପୂର୍ବତଟ ରେଳପଥହିଁ ପ୍ରଥମ ଜୋନ ରୁପେ ଟ୍ରେନମରନଙ୍କୁ ପରଦା ଓ ବେଡରୋଲ ଅପସାରଣ କରିଥିଲା, ବାୟୋମେଟି୍ରକ ଉପସ୍ଥାପନ ତଥା ଲୋକୋ ପାଇଲଟ ଓଗାର୍ଡ ମାନଙ୍କର ଶ୍ୱାସ ବିଶ୍ଳେଷକ ପରୀକ୍ଷା ସ୍ଥଗିତ କରିଥିଲା ଓ ପ୍ଲାଟଫର୍ମରେ ଭିଡ ହ୍ରାସ କରି ସଂକ୍ରମଣ ବ୍ୟାପିବାକୁ ନ୍ୟୁନତମ କରବାପାଇଁ ପ୍ଲାଟଫର୍ମ ଟିକଟ ବିକ୍ରୟକୁ ବନ୍ଦ କରିଥିଲା । ଆମର ଯାତ୍ରୀ ଓ କାର୍ଯ୍ୟରତ କର୍ମଚାରୀ ମାନଙ୍କର ସୁରକ୍ଷା ନିମନ୍ତେ, ପୂବତଟ ରେଳପଥ ପୂର୍ବରୁ ପ୍ରସ୍ତୁତ ଥିବା ବ୍ୟକ୍ତିଗତ ସୁରକ୍ଷା ଉପକରଣ ପୋଷାକ, ଗ୍ଲୋବ୍ସ, ମୂଖ ମାସ୍କ, ଔଷଧ, ଭେଂଟିଲେଟର, ଚିକିତ୍ସା ଜନିତ ଆବଶ୍ରକୀୟ ପଦାର୍ଥ ଇତ୍ୟାଦି ଭଳି କୋଭିଡ-୧୯ ସୁରକ୍ଷା ସାମଗ୍ରୀ ଗୁଡିକର କ୍ରୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଥିଲା ।

Leave A Reply

Your email address will not be published.

16 − seven =