ମେ ୧୫ ପର୍ଯ୍ୟନ୍ତ ବନ୍ଦ ହେଲା ଜଗା ଦର୍ଶନ

ପୁରୀ: ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପୁଣି ପାଚେରୀ ହୋଇ ଛିଡା ହେଲାଣୀ କରୋନା । ମହାମାରୀ ପାଇଁ ଜଗା ଦର୍ଶନ ବନ୍ଦ ହେଲା । ମେ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଜଗା ଦର୍ଶନ ଉପରେ କଟକଣା ଲଗାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଧାରଣ ଦର୍ଶନ ଉପରେ କଟକଣା ଲାଗିଛି । ସେବାୟତଙ୍କ ସୁସ୍ଥତା ପାଇଁ ଦର୍ଶନ ବନ୍ଦ ରହିବ । ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଲେ ବି ଦୈନିକ ନୀତିକାନ୍ତି ଯଥାବିଧି ଚାଲିବ । ତେବେ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ପୂର୍ବରୁ କେବଳ ଶନିବାର ଓ ରବିବାର ଜଗା ଦର୍ଶନ ବନ୍ଦ ରହୁଥିଲା । କେରାନା ସଂକ୍ରମଣ ଦୃତ ଗତିରେ ବଢୁଥିବାରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଲଗାଇବାକୁ ପ୍ରସ୍ତାବ ଦେଇଥିଲେ ସେବାୟତ । ସେପଟେ ରଥ ନିର୍ମାଣ ପ୍ରକ୍ରିୟା ଜାରି ରହିବ ବୋଲି କହିଛି ଶ୍ରୀମନ୍ଦିର ପ୍ରଶାସନ । ସେବାୟତଙ୍କ ପାଇଁ ମାସ୍କ ଓ ସାନିଟାଇଜରର ବ୍ୟବସ୍ଥା କରାଯିବ । ଚନ୍ଦନ , ସ୍ନାନ ଓ ରଥ ଯାତ୍ରା ପାଇଁ ପର୍ଯ୍ୟାପ୍ତ ପରିମାଣର ମାସ୍କ , ସାନିଟାଇଜର କିଣାଯିବ । ଉନ୍ନୟନ ପ୍ରଶାସକ ନୋଡାଲ ଅଫିସର ଭାବେ କାର୍ଯ୍ୟ କରିବେ । ତେବେ ମେ ୬ ତାରିଖରେ ପୁଣି ଥରେ କୋଭିଡ ସମୀକ୍ଷା କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

three × 1 =