ଟ୍ୱିନସିଟିରେ ୨୪ ଘଂଟିଆ ବିଜୁଳି

ଭୁବନେଶ୍ୱର: କଟକ-ଭୁବନେଶ୍ୱରରେ କଟିବନି ବିଜୁଳି । ଦିନ ରାତି ୨୪ ଘଂଟା ନିରବଛିନ୍ନ ବିଜୁଳି ସେବା ମିଳିବ । ଟ୍ୱିନସିଟିରେ ଭୋଲଟେଜ୍ ସମସ୍ୟା ବି ରହିବ ନାହିଁ । ଏପରି ଅତ୍ୟାଧୁନିକ ବିଜୁଳି ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଇବାକୁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର ।ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କାମ ସାରିବାକୁ ଲକ୍ଷଧାର୍ଯ୍ୟ କରିଛନ୍ତି ମୁଖ୍ୟସଚିବ । ବୈଠକରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଭୂତଳ କେବୁଲ ବିଛାଯିବା ପରେ ମୁଣ୍ଡ ଉପର ଦେଇ ଯାଇଥିବା ସମସ୍ତ କେବୁଲୁକୁ ହଟାଯିବ । ୩୦୦ କିଲୋମିଟର ସମ୍ଭାଳି ପାରିବା ଭଳି ଭିତିଭୂମି ଛିଡାକରିବାକୁ ପରାମର୍ଶ ଦେଇଛନ୍ତି ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା । ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଏହି ବ୍ୟବସ୍ଥା ଟ୍ୱିନସିଟିରେ ୧୩୦୦ ମେଗା ୱାଟ ବିଜୁଳି ଚାହିଦାକୁ ପୂରଣ କରିବ ବୋଲି କହିଛନ୍ତି ।

Leave A Reply

Your email address will not be published.

16 + 5 =