ଭଦ୍ରକ: ବିଦ୍ୟୁତ ଖୁଂଟିରେ ଚଢି କାମକରୁଥିବା ସମୟରେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କରଦା ଗାଁର ଜ୍ଞାନଜିତ ଦାସ । ସେ ନେସ୍କୋ ଯୁବଲିଟର ଭଦ୍ରକ ପାୱାରହାଉସରେ କାର୍ଯ୍ୟରତ ଥିଲେ । ବିଳମ୍ବିତ ରାତିରେ ବର୍ଷା ପରେ ବିଦ୍ୟୁତ ତାର ସଜାଡିବା ପାଇଁ ଭଦ୍ରକ ସହରର ଟାଉନହଲ ଛକ ନିକଟରେ ବିଦ୍ୟୁତ ଖୁଂଟିରେ ଚଢି କାମ କରୁଥିଲେ । ତେବେ ଜ୍ଞାନଜିତ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।