କଟକ: କଟକ ତେଲେଙ୍ଗାପିଣ୍ଠ ଦୁର୍ଘଟଣାରେ ୩ଜଣ ମୃତକଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ । ସମ୍ବଲପୁରର ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନଙ୍କ ମୃତୁ୍ୟ ହୋଇଥିବା ପୁଲିସ ସ୍ପଷ୍ଟ କରିଛି । ସୂଚନାନୁଯାୟୀ, ଶନିବାର ଭୋରରୁ ୧୬ନଂ ଜାତୀୟ ରାଜପଥ କଟକ ତେଲେଙ୍ଗାପିଣ୍ଠ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା । ଭାରସାମ୍ୟ ହରାଇ ରାସ୍ତାକଡ କେନାଲକୁ ଏକ ଜାଗୁଆର କାର୍ ପଶି ଯାଇଥିଲା । ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତୁ୍ୟ ହୋଇଛି । କାର ଟି ରାତି ପ୍ରାୟ ୩ଟା ସମୟରେ କଟକ ଆଡୁ ଭୁବନେଶ୍ୱର ଅଭିମୁଖେ ଦୃତ ଗତିରେ ଯାଉଥିଲା । ତେବେ ତେଲେଙ୍ଗା ପେଣ୍ଠ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିôବା ଏକ ଛୋଟ କେନାଲ ଭିତରକୁ ଖସିପଡିଥିଲା । ଗାଡିଟି ପାଣିରେ ବୁଡି ରହିଥିବା ବେଳେ ପୁଲିସ ପହଂଚି ଗାଡିରେ ଥିବା ୩ ଜଣଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତି କରିଥିଲା ।