ଖୋର୍ଦ୍ଧା: ଖୋର୍ଦ୍ଧା ଫାଣ୍ଡିର ଜଣେ କନେଷ୍ଟବଳ ରାତିଅଧରେ ଟଙ୍କା ଆଦାୟ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଠାରୁ ମାଡ ଖାଇଛନ୍ତି । ଘଟଣା ସ୍ଥଳରେ ପେଟ୍ରୋଲିଂ ଭ୍ୟାନ ଓ ଶିଳ୍ପାଂଚଳ ଫାଣ୍ଡି ଅଧିକାରୀ ପଂହଚି ଉତେଜିତ ଲୋକମାନଙ୍କୁ ବୁଝାଇବା ସହ କନେଷ୍ଟବଳକୁ ଉଦ୍ଧାର କରିଥିଲେ । ସୂଚନା ଅନୁସାରେ କନେଷ୍ଟବଳ ନିଜ ଏରିଆ ବାହାରକୁ ଯାଇ ବାଲିଗାଡିକୁ ଅଟକାଇ ଟଙ୍କା ମାଗୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକେ ଏକଥାକୁ ବିରୋଧ କରି କନେଷ୍ଟବଳଙ୍କୁ ଉତମ ମଧ୍ୟମ ଛେଚି ଶେଷରେ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ କହିଛନ୍ତି ।