ଜୁଲାଇ ୫ରୁ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ଫର୍ମ ଫିଲଅପ୍‌: ମାଧ୍ୟମିକ ଶିକ୍ଷା ପରିଷଦ

କଟକ: ମାଟ୍ରିକ ମୂଲ୍ୟାୟନରେ ହୋଇଛି କି ତ୍ରୁଟି? ଏଥିନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଉତର ରଖିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଓ ଉପସଭାପତି । ସେମାନେ କହିଛନ୍ତି ଯେ, ଶ୍ରେଣୀଗୃହ ପାଠପଢ଼ା ହୋଇ ନଥିବାରୁ ସେଥିପ୍ରତି ଧ୍ୟାନ ଦେଇ ପାଠ୍ୟକ୍ରମ କମା ଯାଇଥିଲା । ଶହେ ଦିନର ପାଠପଢ଼ା ପରେ ମେ’ ୩ ତାରିଖରେ ପରୀକ୍ଷା ହେବାର ଥିଲା । ଦ୍ୱନ୍ଦ ଦୂର ପାଇଁ ଅତିରିକ୍ତ କ୍ଲାସ କରାଯାଇଥିଲା । ପରୀକ୍ଷା ଦର୍ପଣ ନାଁରେ ଏକ ପ୍ରଶ୍ନ ପାର୍ଟନ ମଧ୍ୟ ଦିଆଯାଇଥିଲା । ୯୨ ଦିନ ପର୍ଯ୍ୟନ୍ତ ପାଠପଢ଼ା ପରେ କରୋନା ପାଇଁ ସ୍କୁଲ ବନ୍ଦ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଜୀବନ ସୁରକ୍ଷା ପାଇଁ ସରକାର ମାଟ୍ରିକ ପରୀକ୍ଷାକୁ ବାତିଲ୍ କରିବା ସହ ବିକଳ୍ପ ବ୍ୟବସ୍ଥା କରିବାକୁ ବୋର୍ଡ କହିଥିଲେ । ମାଧ୍ୟମିକ ଶିକ୍ଷା ପରିଷଦ ବିଚାରବିମର୍ଶ, ପରାମର୍ଶ ପରେ ବିକଳ୍ପ ଆସେସମେଂଟ ବ୍ୟବସ୍ଥା କରିଥିଲା । ଏହାକୁ ୱେବ ସାଇଟରେ ଦିଆଯାଇ ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ପଠା ଯାଇଥିଲା । ମେ ୭ ତାରିଖରେ ଉକ୍ତ ଗାଇଡଲାଇନକୁ ସାର୍ବଜନୀନ କରାଯାଇଥିଲା । ସେହି ଅନୁସାରେ, ନବମ ଓ ଦଶମ ଶ୍ରେଣୀର ମାର୍କକୁ ଫଳାଫଳ ମୂଲ୍ୟାୟନ କରାଯାଇଥିଲା । ସ୍କୁଲ ମାନେ ମାର୍କ ଅପଲୋଡ କରିବା ପରେ ମୂଲ୍ୟାୟନ ହୋଇଥିବା ବୋର୍ଡ କର୍ତୃପକ୍ଷ କହିଛନ୍ତି । ପରୀକ୍ଷା ବାତିଲ୍ ପରେ ବୋର୍ଡ କର୍ତୃପକ୍ଷ ଶିକ୍ଷାବିତ୍‌, ଡିଇଓ ଓ କୋର୍ କମିଟି ସହ ଆଲୋଚନା କରିଥିଲା । ନବମ ଶ୍ରେଣୀର ସର୍ବୋଚ୍ଚ ମାର୍କ ସହ ଦଶମର ୩ଟି ଅଭ୍ୟାସ ଟେଷ୍ଟର ୨ଟି ସର୍ବୋଚ୍ଚ ମାର୍କକୁ ନେଇ ଫଳ ପ୍ରକାଶିତ ହୋଇଛି । ଏହି ସବୁ ମାର୍କକୁ ସ୍କୁଲ କର୍ତୃପକ୍ଷ ଅପଲୋଡ କରିଥିଲେ । ତାପରେ ବିଗତ ୪ ବର୍ଷ ଫଳାଫଳ ମଧ୍ୟ ଆନାଲିସିସ କରାଯାଇଥିଲା । ସୁରୁଖୁରୁରେ ପିଲାଙ୍କ ରେଜଲ୍ଟ ପ୍ରକାଶ ନେଇ ବୋର୍ଡ ପଦକ୍ଷେପ ନେଇଥିଲା । ସିବିଏସଇ ଗୋଟିଏ ବର୍ଷ ମାର୍କ ନେଇଛି, ଆମେ ନେଇନୁ ବୋଲି କହିଛନ୍ତି ବୋର୍ଡ ଉପ ସଭାପତି । ଯେଉଁମାନେ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଅଛନ୍ତି, ସେମାନେ ଫର୍ମ ଫିଲଅପ୍ କରି ଅଫଲାଇନ୍ ପରୀକ୍ଷା ଦେଇ ପାରିବେ । ଜୁଲାଇ ୫ରେ ଅଫଲାଇନ୍ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ ନୋଟିଫିକେସନ୍ ହେବ । ଫର୍ମ ଫିଲଅପ୍ ପାଇଁ ୧୦ ଦିନ ଦିଆଯିବ । ଜୁଲାଇ ମାସରେ ହିଁ ଅଫଲାଇନ୍ ପରୀକ୍ଷା କରାଯିବ । ପରୀକ୍ଷାର ୧୫ ଦିନ ମଧ୍ୟରେ ହିଁ ରେଜଲ୍ଟ ବାହାରିବ । ସେହି ରେଜଲ୍ଟକୁ ଯୁକ୍ତ ୨ ପଢ଼ିବେ । ଅଫଲାଇନ୍ ପରୀକ୍ଷା ମାର୍କକୁ ଚୂଡାନ୍ତ ମାର୍କ ଧରାଯିବ । ତେବେ ଯେଉଁମାନେ ପୁଣି ପରୀକ୍ଷା ଦେବେ ସେମାନେ +୨ରେ ନାମ ଲେଖାଇବାକୁ ସମୟ ସୀମା ନଥିବା ଆଶଙ୍କା ରହିଥିବାରୁ ହଇରାଣ ହେବା ଅସମ୍ଭ ନୁହେଁ ବୋଲି ବୋର୍ଡ ଅଧିକାରି ପ୍ରକାଶ କରିଛନ୍ତି । ସେ ମଧ୍ୟ ଜଗତସିଂହପୁର ଜିଲ୍ଲାର ୨୨ଟି ସ୍କୁଲ ପରୀକ୍ଷା ଫଳ ବଦଳିବା ନେଇ ସ୍ପଷ୍ଟି କରଣ ଦେଇଛନ୍ତି ।

Leave A Reply

Your email address will not be published.

2 + 14 =