ପୁରୀ: କାଳିଆ ସାଆନ୍ତଙ୍କ ଅପେକ୍ଷାରେ ଚଳଚଂଚଳ ହୋଇପଡିଛି ବଡଦାଣ୍ଡ । ପତିତପାବନ ନାମକୁ ସାର୍ଥକ କରିବା ପାଇଁ ବଡ ଦେଉଳରେ ରତ୍ନଭଣ୍ଡାରର ଆକର୍ଷଣକୁ ତ୍ୟାଗ କରି ବଡଦାଣ୍ଡକୁ ଚାଲି ଆସିବାକୁ ମହାପ୍ରଭୁ ବେସ୍ତ । ଆରି ମଧ୍ୟରେ ଆଖିରେ ଲୁହ ଛାତିରେ କୋହକୁ ସମ୍ଭାଳି କରୋନାର କଟକଣା ଭିତରେ କିପରି ସୁରୁଖୁରୁରେ ସରିଯାଉ ମୋ କାଳିଆର ରଥଯାତ୍ରା ଏ ଆଶାରେ ଅଗଣିତ ଜଗନ୍ନାଥ ପ୍ରେମୀ । ଆରି ମଧ୍ୟରେ ସରିଛି ପ୍ରଭୁଙ୍କ ପହଣ୍ଡି ବିଜେ ନିତୀ । ରଥାରୂଢ ହୋଇଛନ୍ତି ତିନି ଠାକୁର ।