ଆରଟିଓ ଅଫିସ ଖୋଲିବାକୁ ଗାଇଡଲାଇନ୍ ଜାରି କଲା ପରିବହନ ବିଭାଗ

ଭୁବନେଶ୍ୱର : କୋରୋନା କଟକଣା ମଧ୍ୟରେ ଖୋଲିବ ଆରଟିଓ କାର୍ଯ୍ୟାଳୟ । ତେବେ କୋଭିଡ ମହାମାରୀ ଯୋଗୁଁ ଆରଟିଓ ଅଫିସକୁ କିଏ ଆସିବେ ଓ କିଏ ଆସିବେ ନାହିଁ ସେ ନେଇ ନୂଆ ଗାଇଡ଼ଲାଇନ ଜାରି କରିଛି ରାଜ୍ୟ ପରିବହନ ବିଭାଗ। କୋରୋନା ମହାମାରୀ ସମୟରେ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ନୂଆ  ନିର୍ଦ୍ଦେଶନାମା ଜାରି ହୋଇଛି। ଯେଉଁମାନେ ଡ୍ରାଇଭିଂ ଲାଇସେନ୍ସରେ ରିନିୱାଲ ,ଠିକଣା ପରିବର୍ତ୍ତନ,ଡୁପ୍ଲିକେଟ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଅନଲାଇନରେ ଆବେଦନ କରି ନୂଆ ସ୍ଲଟ ନେଇ ଆରଟିଓ କାର୍ୟ୍ୟାଳୟକୁ ଆସିପାରିବେ। ଯଦି ଆବେଦନ କରିନଥିବେ ସେମାନେ ଆରଟିଓ ଅଫିସକୁ ଆସି ପାରିବେ ନାହିଁ। ଆରସି ବୁକ ରେ ମାଲିକାନା ପରିବର୍ତ୍ତନ ନେଇ ଆବେଦନ ମଧ୍ୟ କରିପାରିବେ। ଅନଲାଇନରେ ଆବେଦନ କରି ସ୍ଲଟ ଧରି ଆସିବେ।କୌଣସି ଲୋକ ନୂଆ ଡିଏଲ ଆବେଦନ,ଭେଇକିଲ ଟେଷ୍ଟିଂ ପାଇଁ ଆସିପାରିବେ ନାହିଁ ବୋଲି ଏହି ନୂଆ ଗାଇଡ଼ଲାଇନ ରେ ସ୍ପଷ୍ଟ କରାଯାଇଛି । ଏଥିସହ ଆରଟିଓ ଅଫିସକୁ ଆସିବାକୁ ହେଲେ ଲୋକଙ୍କୁ ସାମାଜିକ ଦୂରତା ମାନିବା ସହ ହାତକୁ ସାନିଟାଇଜ କରିବାକୁ ହେବ । ଏଥିସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଲୋକଙ୍କୁ ସେବା ଯୋଗାଇବା ପାଇଁ ସର୍ତ୍ତମୂଳକ ଭାବେ କାର୍ୟ୍ୟାଳୟକୁ ଖୋଲିଯାଉଥିବା ନେଇ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଅଫିସର ସହ ଜଡିତ କର୍ମଚାରୀଙ୍କୁ ଏଠାକୁ ପ୍ରବେଶ ଅନୁମତି ରହିଛି ।

Leave A Reply

Your email address will not be published.

five × one =