ସୁପ୍ରିମକୋର୍ଟଙ୍କରାୟକୁ ଶଙ୍କରାଚାର୍ଯ୍ୟଙ୍କ ସ୍ୱାଗତ

ପୁରୀ ରଥଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚର୍ଯ୍ୟ ସ୍ୱାମୀ ନିଶ୍ଚଳାନ୍ଦ ସରସ୍ୱତୀ ବିଭୀଷିକା ସମୟରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସୁପ୍ରିମକୋର୍ଟଙ୍କ ରାୟ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି । ତଥାପି ଅତ୍ୟାବଶ୍ୟକ ବ୍ୟକ୍ତିଙ୍କ ଦ୍ୱାରା ଶାସ୍ତ୍ରସମ୍ମତ, ପରମ୍ପରାପ୍ରାପ୍ତ ପୁନର୍ବିଚାର ଦ୍ୱାରା ଦୂରଦର୍ଶିତାପୂର୍ଣ୍ଣ ନିଷ୍ପତିକୁ ଅପେକ୍ଷା ରହିଛି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି । ଏହା ଦ୍ୱାରା ରଥରୁଢ଼ ଜଗନ୍ନାଥଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

five + 7 =