ଭୁବନେଶ୍ୱର: ବରିଷ୍ଠ ଆଇପିଏସ ସୁଶାନ୍ତ ନାଥଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୀମା ସୁରକ୍ଷା ବଳ (ବିଏସଏଫ) ର ଆଇଜି ଭାବେ ନିଯୁକ୍ତି କରାଯାଇଛି । ଏନେଇ ସୋମବାର ମନ୍ତ୍ରାଳୟ ପକ୍ଷରୁ ଗୃହବିଭାଗ ଅନୁସଚିବ ଅଞ୍ଜନ ଶରକାର ରାଜ୍ୟ ସରକାରଙ୍କ ମୁଖ୍ୟଶାସନ ସଚିବଙ୍କ ପତ୍ର ଲେଖି ଅବଗତ କରାଇଛନ୍ତି । ସେ ଦର୍ଶାଇଛନ୍ତି ଯେ ଶ୍ରୀ ନାଥଙ୍କୁ ମନ୍ତ୍ରାଳୟ ପକ୍ଷରୁ ଖାଲିଥିବା ଆଇଜି ପଦରେ ନିଯୁକ୍ତ କରାଗଳା । ସେ ଡେପୁଟେସନରେ ଆସନ୍ତା ୫ବର୍ଷ ପାଇଁ କାର୍ଯ୍ୟଭାର ସମ୍ଭାଳିବେ । ନଚେତ୍ ଯେପର୍ପ୍ୟନ୍ତ ମନ୍ତ୍ରାଳୟ ପକ୍ଷରୁ ଅନ୍ୟାଦେଶ ପ୍ରକାଶ ପାଇନାହିଁ ସେପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇବେ । ତେଣୁ ତୁରନ୍ତ ତାଙ୍କୁ ଡେପୁଟେସନ ପାଇଁ ଅନୁମତି ଦେବାକୁ ଶ୍ରୀ ଶରକାର ପତ୍ରରେ ଅନୁରୋଧ କରିଛନ୍ତି ।