ପିପିଇ କିଟ୍ ଅଭାବରୁ ଚାଲିଗଲା ଯିବନ


ବ୍ରହ୍ମପୁର: ପିପିଇ କିଟ୍ ନଥିବା କାରଣରୁ ରୋଗୀଙ୍କ ଯିବନ ଚାଲିଯାଇଛି । ମୃତକ ଜଣଙ୍କ ହେଉଛନ୍ତି ରାଜୀବ ନଗର-୧ମ ଗଳିର ବିଡିଏର ପୂର୍ବତନ ଆସିଷ୍ଟାଂଟ ପ୍ଲାନିଂ ଅଫିସର ପଙ୍କଜ ବେହେରା । ମେଡିକାଲର ଅବହେଳା ପାଇଁ ବାପାଙ୍କ ଜୀବନ ଚାଲିଯାଇଥିବା ପଙ୍କଜଙ୍କ ପୁଅ ଅଭିଯୋଗ କରିଛନ୍ତି । ତାଙ୍କର କହିବା କଥା ହେଉଛିଯେ, ବାପାଙ୍କୁ ତିନି ଦିନ ହେଲା ସାଧାରଣ ଜ୍ୱର ଥିଲା , ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ସିଟି ହସ୍ପିଟାଲ ଆଣିଥିଲୁ । କିନ୍ତୁ ସେଠାରେ ପିପିଇ କିଟ୍ ନଥିବାରୁ ଆଡମିଟ୍ କରିନଥିଲେ । ପିପିଇ କିଟ୍ ଆଣିଲେ ଅକ୍ସିଜେନ୍ ଲଗାଇବୁ ବୋଲି ମେଡିକାଲ୍ ଷ୍ଟାଫ କହିଥିଲେ ।

Leave A Reply

Your email address will not be published.

ten + ten =