ଏଇ କ’ଣ ସ୍ୱପ୍ନର ଭାରତ: ରାହୁଲ୍

ନୂଆଦିଲ୍ଲୀ: ଊତରପ୍ରଦେଶ ସ୍ଥିତ ଚିତ୍ରକୂଟ ଖଦାନୋରେ ନାବାଳିକା ଝିଅମାନଙ୍କ ସହ ହେଉଥିବା ଯୈାନ ଶୋଷଣକୁ ନେଇ ସରକାରଙ୍କ କାର୍ଯ୍ୟପ୍ରଣାଳୀକୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି ।ଲକଡାଉନ୍ ସମୟରେ ଭୋକରେ ମରୁଥିବା ପରିବାର ନିଜ ପିଲାମାନଙ୍କୁ ଦି ଓଳି ଖାଇବାକୁ ଦେବା ପାଇଁ ସକ୍ଷମ ନାହାଁନ୍ତି । ଅସହାୟ ହୋଇ ନିଜ ନାବାଳିକା ଝିଅମାନଙ୍କୁ ଯୈାନ ଶୋଷଣର ଶିକାର ହେବାକୁ ଦେଉଛନ୍ତି , ଏହା ଥିଲା କ’ଣ ଆମ ସ୍ୱପ୍ନର ଭାରତ ବୋଲି ସରକାରଙ୍କୁ ପ୍ରଶ୍ନ କରିିଛନ୍ତି ରାହୁଲ୍ ଗାନ୍ଧି । ସେ ଆହୁରି ମଧ୍ୟ କହିଛନ୍ତି ଚିତ୍ରକୂଟ ପୋଲିସ୍ ସାମ୍ନାରେ ଝିଅ , ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି ସବୁ ଦେଖିବି ସେମାନେ ଚୁପ୍ ହୋଇ ବସିଛନ୍ତି । କିଛି ଟଙ୍କା ରୋଜଗାର କରିବା ପାଇଁ ଅସହାୟ ପିତା , ମାତା ନିଜ ଝିଅ ମାନଙ୍କର ଦେହ ବ୍ୟାପାର କରୁଛନ୍ତି । ଏହା ସେମାନଙ୍କର ଭାଗ୍ୟରେ ଲେଖା ବୋଲି ସେମାନେ ମାନିନେଇ ସବୁ ନିରବରେ ସହିଯାଉଛନ୍ତି ।

Leave A Reply

Your email address will not be published.

two × two =