ଭୁବନେଶ୍ୱର: ଓଡିଶାର ଅର୍ଥନୀତିକୁ ତ୍ୱାରାନ୍ୱିତ କରିବା ପାଇଁ କରୋନା ପରବର୍ତି ସ୍ଥିତିରେ ଶ୍ରମିକ ମାନଙ୍କୁ ସର୍ବନିମ୍ନ ଆୟ ସହ ରୋଜଗାର ଯୋଗାଇ ଦେବା ନିହାତି ଜରୁରି । ଭୁବନେଶ୍ୱର ଭିତିକ ଗବେଷଣା ଚକ୍ରର ଗବେଷଣା ୟୁନିଟ୍ ‘ବିକାଶ ଗବେଷଣା କେନ୍ଦ୍ର’ ସରକାରଙ୍କୁ ଏଭଳି ସୁପାରିସ୍ କରିଛି । ଡିଆରଆଇ କହିଛି ଯେ ଏକ ମର୍ଯ୍ୟଦାପୂର୍ଣ୍ଣ, ଅର୍ଥପୂର୍ଣ୍ଣ, ଜୀବନ ବଂଚିବା ସବୁ ଲୋକଙ୍କ ଅଧିକାର । କିନ୍ତୁ କରୋନା ମହାମାରୀ କାରଣରୁ ଅର୍ଥନୀତି ଓ ଲୋକମାନଙ୍କ ଜୀବନଜୀବିକା ବିପର୍ଯ୍ୟସ୍ତ ହୋଇପଡିଛି । କରୋନା ଲକଡାଉନ ବହୁ ପ୍ରବାସୀଙ୍କ ରୋଜଗାର ଛଡେଇ ନେଇଛି , ସେମାନଙ୍କୁ ଗାଁକୁ ଫେରିବାକୁ ବାଧ୍ୟ କରିଛି ।