ରାଜ୍ୟ ସରକାରଙ୍କୁ ପିସିସି ସଭାପତିଙ୍କ ଟାର୍ଗେଟ୍

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କାମ୍ପା ଫଣ୍ଡରେ ଅନିୟମିତତାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ନିରଞ୍ଜନ କହିଛନ୍ତି ଯେ ଦୁର୍ନୀତିଗ୍ରସ୍ଥ ରାଜନେତା ଓ କର୍ମଚାରୀ ମିଶି ରାଜକୋଷକୁ ଲୁଟ୍ କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ଦୁର୍ନୀତିଗ୍ରସ୍ତ ନେତା ଓ ସରକାରୀ କର୍ମଚାରୀଙ୍କୁ ଦୁର୍ନୀତି କରିବାର ସୁଯୋଗ ସୃଷ୍ଟି କରିଛି । ସ୍ୱାସ୍ଥ୍ୟ ବିଭାଗରେ ମଧ୍ୟ ଏହି ଦୁର୍ନୀତି ହୋଇଛି , ହେଲେ ଏହାକୁ ଚପେଇ ଦିଆଯାଇଛି । କରୋନା ଯୋଦ୍ଧାଙ୍କ ପାଇଁ କିଟ୍ ଗାଇଡ଼ଲାଇନ୍ ଅନୁଯାୟୀ କିଣାଯାଇନି ଜଣେ ବିଲଡର ଠାରୁ ଏହା କିଣାଯାଇଛି । ଏହା ଅତ୍ୟନ୍ତ ଲଜ୍ୟାଜନକ କଥା ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

3 × four =