ଲକଡାଉନ୍ ଓ ସଟଡାଉନ୍ ଆଉ କରନ୍ତୁ ନାହିଁ: ସୁର ରାଉତରାୟ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅନଲକ୍-୩ କ୍ରମେ ଓଡିଶା ସରକାର ସମସ୍ତ କ୍ଷେତ୍ରକୁ ଖୋଲି ଦିଅନ୍ତୁ ବୋଲି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି । ସେ କହିଛନ୍ତି ଯେ ଜୀବନ ସହ ଜୀବିକା ଆହୁରୀ ଗୁରୁତ୍ୱପୂର୍ଣ୍ଣ , ସେଥିପାଇଁ ଦୋକାନ ବଜାର ସହ ସମସ୍ତଙ୍କୁ ଖୋଲାଖୋଲି ଭାବେ କାମ କରିବାକୁ ଦିଆଯାଉ । ଜିମ୍ ଠାରୁ ଆରମ୍ଭ କରି ସମସ୍ତ ଅନୁଷ୍ଟାନକୁ ଖୋଲିବାକୁ ଅନୁମତି ଦିଆଯାଉ ବୋଲି ସେ କହିଛନ୍ତି । ଏଥିସହ ସରକାରଙ୍କୁ ସମାଲୋଚନା କରି କହିଛନ୍ତି , ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ ବିଧାୟକ ମାନଙ୍କୁ କିଛି କହିବାକୁ ଦିଆଗଲା ନାହିଁ , କିମ୍ବା କୈାଣସି ଦାୟିତ୍ୱ ଦିଆଗଲା ନାହିଁ । କେବଳ ପ୍ରଚାର ଓ ପ୍ରସାର ପାଇଁ ଲୋକ ଦେଖାଣିଆ ଭାବେ ବିଧାୟକଙ୍କୁ ବୈଠକକୁ ଡକାଯାଇଥିଲା ବୋଲି ସୁର କହିଛନ୍ତି ।

Leave A Reply

Your email address will not be published.

eleven − seven =