କେନ୍ଦ୍ରାପଡା: କରୋନା ମହାମାରୀ କବଳରେ ରାଜ୍ୟବାସୀ ଯୁଝି ହେଉଥିବା ବେଳେ କେନ୍ଦ୍ରାପଡାର ଏକ ବୃଦ୍ଧ ଦମ୍ପତି କରୋନାକୁ ମାତ୍ ଦେଇଛନ୍ତି । ଏହି ବୃଦ୍ଧ ଦମ୍ପତି ହେଲେ କେନ୍ଦ୍ରାପଡା ଜିଲ୍ଲାର ବଗଡା ଗ୍ରାମର ସୁରେନ୍ଦ୍ର ପତି ସ୍ତ୍ରୀ ସାବିତ୍ରୀ ପତି । ସୁରେନ୍ଦ୍ରଙ୍କ ବୟସ ୮୫ ବର୍ଷ ହୋଇଥିବା ବେଳେ ସାବିତ୍ରୀଙ୍କ ବୟସ ୭୮ ବର୍ଷ । କରୋନା ଶିଶୁ ଓ ବୃଦ୍ଧଙ୍କୁ ଅଧିକ ଆକ୍ରାନ୍ତ କରୁଥିବା ବେଳେ ଏହି ଦମ୍ପତି କରୋନା ଆଗରେ ନତ ମସ୍ତକ ହୋଇନାହାଁନ୍ତି । ଏ ସମ୍ପର୍କରେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଟ୍ୱିଟର୍ ଓ ଫେସବୁକ୍ ଜରିଆରେ ସୂଚନା ଦେଇ କହିଛନ୍ତି , ଏହି ବୃଦ୍ଧ ଦମ୍ପତି ସୁସ୍ଥ ହେବା ଘଟଣା ଅନ୍ୟମାନଙ୍କ ଲାଗି ପ୍ରେରଣାର ଉତ୍ସ । କରୋନାକୁ ପରାସ୍ତ କରିବାରେ ସେମାନେ ଉଦାହରଣ ହୋଇ ରହିବେ ।