କୋରାପୁଟ: କୋରାପୁଟ ଟାଉନ୍ ଥାନାର ୬ ଜଣ ପୋଲିସ୍ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଥାନାକୁ ସିଲ୍ କରାଯାଇଛି । ଟାଉନ୍ ଥାନାର ସବୁ କାମ ସଦର ଥାନାରେ ଚାଲିବ ବୋଲି ଏସପି ମୁକେଶ କୁମାର ଭାନୁ ସୂଚନା ଦେଇଛନ୍ତି । ଶୁକ୍ରବାର କୋରାପୁଟ ଜିଲ୍ଲାରେ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ସେମାନଙ୍କ ମଧ୍ୟରୁ ୬ ଜଣ ପୋଲିସ କର୍ମଚାରୀ ଥିଲେ । ଟାଉନ୍ ଥାନାର ସମସ୍ତ କର୍ମଚାରୀଙ୍କ ସ୍ୱାବ ସଂଗ୍ରହ କରାଯାଇ ଥାନାକୁ ବିଶୋଧନ କରାଯାଇଛି ।