ଟିକାକରଣ ପାଇଁ ଯିବ ଏସଏମଏମସ

ଭୁବନେଶ୍ୱର: ଆଉ ଦିନକ ପରେ ସାରା ଦେଶରେ ଆରମ୍ଭ ହେବ କରୋନା ଭାଇରସ ଟିକାକରଣ । ଏଥିପାଇଁ ସବୁଠି ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଓଡ଼ିଶାରେ ମଧ୍ୟ ଟିକାକରଣକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ରାଜ୍ୟରେ ଟିକାକରଣକୁ ନେଇ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ରାଜ୍ୟରେ ଟିକାକରଣ ପାଇଁ ଯେଉଁ ସ୍ୱାସ୍ଥ୍ୟକର୍ମୀ ମାନେ ପଞ୍ଜୀକୃତ କରିଥିବେ, ସେମାନଙ୍କ ପାଖକୁ ଆଜି ଏସଏମଏସ ଯିବ । ଏହି ଏସଏମଏସ ଜରିଆରେ ସେମାନେ କେଉଁଠି କେତେବେଳେ ଟିକା ନେବେ, ସେ ନେଇ ସମସ୍ତ ସୂଚନା ପାଇବେ । ତେବେ ଏନେଇ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ କହିଛନ୍ତି , ୧୬ ତାରିଖରେ ସବୁ ରାଜ୍ୟରେ ଟିକାକରଣ ହେବ । ସେହିଦିନ ସକାଳେ ଭ୍ୟାକସିନ୍ ଦେବା ପାଇଁ ପ୍ରତି ସେସନରେ ଅଲଗା ଅଲଗା ଟିକାକରଣ ଟିମ୍ ନିୟୋଜିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର କାର୍ଯ୍ୟକ୍ରମରେ ଶୁଭାରମ୍ଭ କରିବା ପରେ ଟିକାକରଣ ଆରମ୍ଭ ହେବ । ଟିକାକରଣ ନେବାକୁ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପାଖକୁ ଆଜି ଏକ ଏସଏମଏସ ଯିବ । ଏଥିରେ ଟିକାକରଣ ତାରିଖ, ସମୟ ଓ ସ୍ଥାନ ଉଲ୍ଲେଖ ରହିବ । ଟିକାକରଣ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହେବ । ତେବେ ଟିକା ନେବା ପରେ ୩୦ ମିନିଟ୍ ପର୍ଯ୍ୟନ୍ତ ଅବଜରଭେସନରେ ରଖାଯିବ । ସ୍ୱାସ୍ଥ୍ୟ ନିନେ୍ର୍ଦଶକ କହିଛନ୍ତି ,୍ରତିଟି ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଅର୍ଥାତ ଯେଉଁ ବ୍ୟକ୍ତି କୋଭିସିଲ୍ଡ ଦିଆଯିବ , ସେମାନଙ୍କୁ ୨ୟ ଡୋଜରେ ମଧ୍ୟ ଏହି ଟିକା ଦିଆଯିବ । ଟିକା ପ୍ରଥମ ଡୋଜର ୨୮ ଦିନ ପରେ ୨ୟ ଟିକା ଦିଆଯିବ । ୨ୟ ଟିକା ନେବାର ୧୪ ଦିନ ପରେ ଶରୀରରେ ଆଂଟିବଡି ସୃଷ୍ଟି ହେବ । ଯଦି ପ୍ରଥମ ଟିକା ନେବା ପରେ କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୁଅନ୍ତି , ତା ହେଲେ ତାଙ୍କୁ ୨ୟ ଡୋଜ ଦିଆଯିବ ନାହିଁ । ସେହି ବ୍ୟକ୍ତିଜଣଙ୍କ କରେନାରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହିଁ ଟିକା ଦିଆଯିବ । ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଆହୁରି , ଟିକାକରଣ ପାଇଁ ରାଜ୍ୟକୁ ୪୧ଟି ଡିପ୍ ଫ୍ରିଜର ଆସି ପହଂଚିଛି । ଏହା ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାକୁ ପଠାଯିବ । ପ୍ରତ୍ୟେକ ଜିଲ୍ଲା ଓ କୋଲ୍ଡ ଚେନ ପଏଂଟରେ ଟିକା ପହଂଚିସାରିଛି । ପ୍ରଥମ ପର୍ଯ୍ୟାୟରେ ଆମେ କ୍ରିଟିକାଲ ଇନଷ୍ଟିଚୁ୍ୟସନ୍, ତା’ ପରେ ସେକେଣ୍ଡାରୀ ଇନଷ୍ଟିଚୁ୍ୟସନ୍ ଏବଂ ଏହା ପରେ ପ୍ରାଇମେରୀ ଇନଷ୍ଟିଚୁ୍ୟସନ୍ରେ ଟିକା କରଣ ହେବ ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ କହିଛନ୍ତି ।ସୂଚନାଯୋଗ୍ୟ, ରାଜ୍ୟକୁ ଦୁଇ ପ୍ରକାରର ଟିକା ଆସିଛି । କୋଭିସିଲ୍ଡ ଟିକା ୪ଲକ୍ଷ ୮୦ ହଜାର ଏବଂ ୨୦ ହଜାର କୋଭାକ୍ସିନ୍ ଟିକା ଆସିଛି । ସବୁ ଜିଲ୍ଲା୍କୁ ଟିକାଗୁଡିକୁ ପଠାଇ ଦିଆଯାଇଛି । କେବଳ ଟିକାକରଣ ଅପେକ୍ଷା ରହିଲା ।

Leave A Reply

Your email address will not be published.

three × 3 =