୮ ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ

ଭୁବନେଶ୍ୱର: କରୋନା ମହାମାରୀ ସଂକଟ ସମୟରେ ପୂରା ବିଶ୍ୱ ଯୁଝି ହେଉଥିବାବେଳେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରୁ ନିୟମିତ ଭାବେ ଗୋରୁ ଚାଲଣ ହେଉଛି । ପୂର୍ବରୁ କେନ୍ଦ୍ରସରକାର ଗୋରୁ ଚାଲଣ ଉପରେ ପ୍ରତିବନ୍ଧକ ଲଗାଇଥିଲେବି ଲୋକଙ୍କ ଏଥିପ୍ରତି ଭୟ ନାର୍ହି । ଖନ୍ତାପଡା ଥାନା ଅନ୍ତର୍ଗତ ଗୋପାଳପୁର ଫାଣ୍ଡି ପୋଲିସ ଅଧିକାରୀଙ୍କୁ ବାଲେଶ୍ୱର ଜିଲ୍ଲାରୁ ପଶ୍ଚମବଙ୍ଗ ଗୋରୁ ଚାଲଣ ହେଉଥିବା ଖବର ମିଳିଥିଲା । ପୋଲିସ ଘଟଣା ସ୍ଥଳରେ ପହଁଚି ୮ ଟି ପିକଅପ ଭ୍ୟାନ ଜବତ କରିବା ସହିତ ୮ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଭ୍ୟାନରେ ୮୦ଟି ଗୋରୁ ଥିବା କଥା ଜଣାପଡିଛି । କିଛି ଦିନ ତଳେ ମଧ୍ୟ ବଲେଶ୍ୱରରୁ ପଶ୍ଚମବଙ୍ଗ ଯାଉଥିବା ଗୋରୁ ବୋଝେଇ ଟ୍ରକ୍ ଜବତ ହୋଇଥିଲା ।

Leave A Reply

Your email address will not be published.

five × 3 =