କଳାହାଣ୍ଡି: ମୋବାଇଲରେ ଗେମ୍ ଖେଳିବା ନିଶା ସମସ୍ତିଙ୍କୁ ଘାରିଛି । ଗେମ୍ ଖେଳିବାକୁ ମନା କରିବାରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କଲା ନାବାଳକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେସିଙ୍ଗା ଥାନା ମାଳପଡା ଗାଁରେ । ମୃତକ ନାବାଳକ ଜଣଙ୍କ ହେଲେ ଇସାନ ପ୍ରଦାନ ବୟସ-୧୧ ବର୍ଷ । ଇସାନ ବାରମ୍ବାର ମୋବାଇଲେ ଗେମ୍ ଖେଳୁଥିବାରୁ ମା ଅଧିକାଂଶ ସମୟ ବାରଣ କରଥିଲେ । ମା’ ଗାଳି କରିବାରୁ ନାବାଳକ ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।