ଭୁବନେଶ୍ୱର: ବୋଲବମ୍ ହର ହର ବମ୍, ଭୋଲା ବାବା ପାର କରେଗା’ । ଏଥର ଶ୍ରାବଣରେ ଏ ଶବ୍ଦ ରାଜରାସ୍ତାରେ ଶୁଭିବନି । ଗେରୁଆ ବସ୍ତ୍ର ଘଂଟ,ଘଂଟି ଓ ଘାଗୁଡି ପିନ୍ଧି କାନ୍ଧରେ ପାଣିଭାର ନେଇ ଯାଇଥିବା କାଇଡିଆଙ୍କ ଲମ୍ବା ଧାଡି ବି ଦେଖିବାକୁ ମିଳିବନି । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ଏଥର କାଉଡି ଯାତ୍ରା ବନ୍ଦ କରିବା ପାଇଁ ନିଷ୍ପତି ନିଆଯାଇଛି । ୨୫ ବର୍ଷରୁ ଅଧିକ ହେବ ଓଡିଶାରେ ଲୋକପ୍ରିୟ ହୋଇଚାଲିଥିଲା ବୋଲବମ୍ ଯାତ୍ରା । ବହୁ ପୂର୍ବରୁ ମାରୁଆଡି ସମ୍ପ୍ରଦାୟ କିଛି ଅଣ ଓଡିଆ ଏହି ଯାତ୍ରା କରୁଥିଲେ । କିନ୍ତୁ ଏବେ ରାଜ୍ୟର ଯୁବ ପିଢି ଏଥିପ୍ରତି ଆଗ୍ରହ ପ୍ରକାଶ କରୁଥିଲେ । ଫଳରେ ପ୍ରତିବର୍ଷ ଅନ୍ୟୁନ୍ୟ ଦଶଲକ୍ଷ ଶିବ ଭକ୍ତ କାଉଡି ଯାତ୍ରାରେ ଭାଗ ନେଉଥିଲେ ।