3 ବର୍ଷ ଜେଲ୍‌ ପରେ ପୁଣି ରାଜନୀତିରେ ଲାଲୁଙ୍କ ଏଣ୍ଟ୍ରି: ଆସନ୍ତା 9 ରେ କରିବେ ଭର୍ଚୁଆଲ୍‌ ମିଟିଙ୍ଗ୍‌

ବିହାର: ଦୀର୍ଘ 3 ବର୍ଷ ପରେ ଜେଲ୍‌ରୁ ବାହାରିଛନ୍ତି ଆର୍‌ଜେଡି ନେତା ତଥା ଆର୍‌ଜେଡି ରାଷ୍ଟ୍ରିୟ ସଭାପତି ଲାଲୁ ପ୍ରସାଦ ଯାଦବ । ଆସନ୍ତା ମେ‘ 9 ତାରିଖରେ ସେ ବିଧାୟକ ଓ ଦଳୀୟ କର୍ମୀଙ୍କ ସହ ଆଲୋଜନା କରିବେ ।  ଏଥି ସହ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବଙ୍କ ସହ ଏକ ଭର୍ଚୁଆଲ ମିଟିଙ୍ଗ୍‌ ମାଧ୍ୟମରେ ସମସ୍ତ ଦଳର ବିଧାୟକ ତଥା ପୂର୍ବତନ ନେତାଙ୍କ ସହ ମଧ୍ୟ ଆଲୋଚନା କରିବେ ବୋଲି ଜଣା ପଡ଼ିଛି । କରୋନା ସଂକ୍ରମଣ ଓ ଲାଲୁଙ୍କ ଅସୁସ୍ଥତାକୁ ନଜରରେ ରଖି ଏହି ଆଲୋଚନାକୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କରାଯିବ । ଏ ନେଇ ସୂଚନା ଦେଇଛନ୍ତି ଦଳର ମୁଖପାତ୍ର ଶକ୍ତି ସିଂ ଯାଦବ । ଦୀର୍ଘ ଦିନ ପରେ ଲାଲୁ ପ୍ରସାଦଙ୍କ ଭର୍ଚୁଆଲ୍ ମିଟିଂକୁ ନେଇ ଦଳର ନେତାଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି । ବାସ୍ତବରେ, ଚାରା ଘୋଟାଲା ମାମଲାରେ ୩ ବର୍ଷରୁ ଅଧିକ ଜେଲରେ ରହିବା ପରେ ଲାଲୁ ଜାମିନରେ ଆସିଛନ୍ତି । ପ୍ରଥମ ଥର ପାଇଁ ତାଙ୍କ ବିଧାୟକ ଏବଂ ନେତାଙ୍କ ସହ ଲାଲୁ ଏକ ବୈଠକ କରୁଛନ୍ତି ।

Leave A Reply

Your email address will not be published.

5 × 3 =