ବିଷାକ୍ତ ମଦ ପିଇ 5 ମୃତ 7 ଗୁରୁତର

ଅଜମଗଡ଼: ଉତ୍ତରପ୍ରଦେଶ ଆମ୍ବେଦକର ନଗର ଜିଲ୍ଲାରେ ବିଷାକ୍ତ ମଦ ପିଇ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 7ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ମଙ୍ଗଳବାର ମଖଦୁମପୁର ଗ୍ରାମର କିଛି ଲୋକ ମଦ ପିଇବାର କିଛି ଘଣ୍ଟା ପରେ ହଠାତ ଅଚେତ ହୋଇପଡ଼ିଥିଲେ । ସେମାନଙ୍କୁ ଜୈଦପୁର ଥାନା ଅଧୀନସ୍ଥ ଏକ ଘରୋଇ କ୍ଲିନିକ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କା ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା  । ହେଲେ ଅଧା ରାସ୍ତାରେ 3 ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଅନ୍ୟ ଦୁଇ ଜଣଙ୍କର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥାବା ଅଭିଯୋଗ ହୋଇଛି । ଏ ନେଇ ପୋଲିସ୍‌ ଖବର ପାଇ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଏ ଘଟଣାରେ ଅଜମଗଡ଼ସ୍ଥିତ ମିଟୁପୁର ଅଞ୍ଚଳରେ ଥିବା ମଦ ଦୋକାନର ମାଲିକ ସମେତ 5 ଜଣକୁ ଗିରଫ କରାଯାଇଛି । ଏ ନେଇ ଆମ୍ବେଦକର ନଗର ପୋଲିସ୍‌ ଅଧୀକ୍ଷକ ଆଲୋକ ପ୍ରିୟଦର୍ଶୀ କହିଛନ୍ତି ଯେ, ‘‘ପୋଲିସର ଅବହେଳା ପାଇଁ ଏପରି ହୋଇଛି । ତେଣୁ ସେଠାରେ ନିଯୋଜିତ ଥିବା ଜୈଦପୂର ଷ୍ଟେସନର ଷ୍ଟେସନ ହାଉସ୍‌ ଅଫିସର, ଜଣେ ସବ୍‌-ଇନ୍ସପେକ୍ଟର ଓ ଦୁଇ ଜଣ ବିଟ୍‌-କନ୍ଟେବଳକୁ ନିଲମ୍ବିତ କରାଯିବା ସହ ବେଆଇନ ମଦ ବିକ୍ରିୟ ଘଟଣାର ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.

nineteen + ten =