ମହାମାରୀ କରୋନା ଦ୍ୱିତୀୟ ଲହର ସଂକ୍ରମଣ କାଳରେ ବହୁ ବିଳମ୍ବରେ ଆରମ୍ଭ ହୋଇଥିବା ପାର୍ଲିଆମେଂଟ ଗୁରୁତ୍ୱପୂର୍ଣ୍ଣ ମୌସୁମୀ ଅଧିବେଶନର ପ୍ରଥମ ଦୁଇଟି ଦିବସ ହଟ୍ଟଗୋଳ ଯୋଗୁଁ ଯୋପରି ନଷ୍ଟ ହୋଇଗଲା, ତାହା ଯେତିକି ଉଦ୍ବେଗ ଜନକ, ସେତିକି ଚିନ୍ତାଜନକ ମଧ୍ୟ । ଉଭୟ ସରକାର ଓ ବିରୋଧି ଦଳ ମନେରଖିବା ଉଚିତ୍ ଯେ, ବିଶେଷ କରି ଦେଶର ସାଧାରଣ ନାଗରୀକମାନଙ୍କ ପାଇଁ ଏହା ହେଉଛି ଏକ ଘଡିଷନ୍ଧି ମୁହୁର୍ତ । ଦେଶରେ ମହାମାରୀ କରୋନାର ପ୍ରଭାବରେ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଦୀର୍ଘ ତଥା ଦେଢ଼ ବର୍ଷରେ ଦୁଇଟି ଦୀର୍ଘକାଳୀନ ଲକ୍ଡାଉନ୍ ଯୋଗୁଁ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି, ଜୀବନ, ଜୀବିକା ବ୍ୟାହତ ହୋଇଛି, ବେରୋଜଗାରୀ ବଢ଼ିଛି, ଲୋକଙ୍କ ଆୟ କମିଛି, ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବଂ ପେଟ୍ରୋଲ, ଡିଜେଲର ମୂଲ୍ୟା ହୁ ହୁ ହୋଇ ବଢ଼ିଚାଲିଛି । ସରକାରଙ୍କ ତିନି କୃଷି ଆଇନ ବିରୁଧରେ ଦେଶର ବିଭିନ୍ନ ଚାଷୀ ସଂଗଠନର ଦୀର୍ଘ ୧ ବର୍ଷ ଧରି ଆନେ୍ଦାଳନ ଏବଂ ପାଲ୍ୟାଆମେଂଟର ଅଧିବେଶନ ଆରମ୍ଭ ହେବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ, ବିରୋଧି ଦାଳ ନେତା, ବିଚାପତି ଏବଂ ସାଂମ୍ବାଦିକ ମାନଙ୍କର ଟେଲିଫୋନ ଇସ୍ରାଏଲର ଗୋଇନ୍ଦାସଂସ୍ଥା ସ୍ୱାୱେର ପେଗାସସ ମାଧ୍ୟମରେ ସରକାର ହ୍ୟାକ କରିବା ଅଭିଯୋଗ ଏବଂ ଦେଶ ଦ୍ରୋହ ଆଇନ ଉପରେ ସୁପ୍ରିମକୋର୍ଟ ନକରାତ୍ମକ ମନ୍ତବ୍ୟ ଦେଇଥିବା ବେଳେ ବିରୋଧ ଦଳ ହଟ୍ଟଗୋଳ ନ କରି ସରକାରଙ୍କୁ ଉତର ଦାୟିତ୍ୱ କରିବା ବର୍ତମାନ ସମୟର ସବୁଠାରୁ ବଡ ଆବଶ୍ୟକତା ଏହି ସମସ୍ତ ପ୍ରସଙ୍ଗ ଉପରେ ପାଲ୍ୟାଆମେଂଟରେ ଆଲୋଚନା କରାଇବା ପାଇଁ ବିରୋଧି ଦଳ ସୁନିଶ୍ଚିତ କରିବା ସହ ସରକାରଙ୍କୁ ଉତରଦାୟି କରିବା ଆବଶ୍ୟକ । ଏହା ନିଶ୍ଚିତ ଯେ, ବିରୋଧି ଦଳର ନିଜକୁ ସୁହାଇଲା ପରି ଭିନ୍ନ ଭିନ୍ନ ପ୍ରସଙ୍ଗ ଉପରେ ହଟ୍ଟଗୋଳ ଯୋଗୁଁ ୧୯ ଦିନିଆ ମୌସୁମୀ ଅଧିବେଶନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦିବସ ନଷ୍ଟ ହୋଇଛି । ହଟ୍ଟଗୋଳ ଯୋଗୁଁ ବିନା ଆଲୋଚନାରେ ଗୃହକୁ ବାଚସ୍ପତି ମୁଲତବୀ ରଖିବାକୁ ବାଧ୍ୟ ଦେଇଛନ୍ତି । ପାଲ୍ୟାଆମେଂଟର ଅଧିବେଶନ କାଳରେ ହଟ୍ଟଗୋଳ ଏବଂ ବିନା ଆଲୋଚନାରେ ଗୃହ ମୁଲତବୀ ଯାହାକି ସରକାରଙ୍କୁ ସୁହାଉଛି ବୋଲି କୁହାଯାଇପାରେ । ଅଧିବେଶନ କାଳରେ କୌଣସି ପ୍ରସଙ୍ଗ ଉପରେ ଗୃହରେ ଉତେଜିତନ ହୋଇ, ଧର୍ଯ୍ୟ ହରା ନ ହୋଇ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ବାଧ୍ୟ କରିବା ହେଉଛି ବୁଦ୍ଧିମତାର କାର୍ଯ୍ୟ । ଉଲେଖ କରାଯାଇ ପାରେ ଯେ, ସରକାର ସଂଖ୍ୟାବଳରେ ନିଜର ଇଚ୍ଛାକୁ କାର୍ଯ୍ୟ କାରୀ କରିବା ଏବଂ ପ୍ରତିବାଦ ସ୍ୱରୂପ ବିରୋଧି ଦଳ କକ୍ଷ୍ୟତ୍ୟାଗ କରିବା କୌଶଳକୁ ପାରିବର୍ତନ କରିବା ଆବଶ୍ୟକ । କାରଣ ବିରୋଧ ଦଳର ଅନୁପସ୍ଥିତରେ ସରକାର ନିଜ ଇଚ୍ଛାକୁ କାର୍ଯ୍ୟ କାରୀ କରିବା ହେଉଛି, ସରକାରଙ୍କର ଏକ ରଣକୌଶଳ ଯେଉଁ ରଣକୌଶଳ ଯନ୍ତ୍ରୀରେ ବିରୋଧି ଦଳ ଧୈର୍ଯ୍ୟହରା ହୋଇ ଆପେ ଆପେ ପଡିଯାଏ । ନାହିଁ, ବିରୋଧି ଦଳର ଜଟିଳ ତଥା ଅଡୁଆ ପ୍ରଶ୍ନର ଉତର ଦେବାକୁ କେବେହେଲେ ଚାହାନ୍ତି ନାହିଁ । ତିନି କୃଷି ଆଇନ ହେଉଛି ଏହାର ଜ୍ଜଳନ୍ତ ଉଦାହରଣ ବୋଲି କୁହାଯାଇପାରେ । ଏହା ସତ୍ୟ ଯେ, ବିରୋଧି ଦଳର ଆକ୍ରମଣାତ୍ମକ ଅଭିମୁଖ୍ୟ ଯୋଗୁଁ ପାର୍ଲିଆମେଂଟ ହେଉ ବିଧାନସଭା ହେଉ ଗଠନ ମୂଳକ ଭୂମିକା ଧିରେ ଧିରେ ହ୍ରାସ ପାଉଛି । ଯାହାକି ସଂଖ୍ୟାବଳରେ ସରକାରଙ୍କ ସ୍ୱୋଚ୍ଛାଚାରୀତା ଆଭିମୁଖ୍ୟକୁ ବଣାଇବାରେ ସହାୟତା କରୁଛି ବୋଲି କହିଲେ ହୁଏତ ଭୁଲ ହେବ ନାହିଁ । ଅନ୍ୟ ପକ୍ଷରେ କଥା କଥାକେ ଗୃହର ମଧ୍ୟଭାଗକୁ ଚାଲିଆସି ହଟ୍ଟଗୋଳ, ହୋହଲା କରିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଏହା ଦ୍ୱାରା କେବଳ ଗୃହର ମୂଲ୍ୟବାନ ସମୟ ନଷ୍ଟ ହେଉନାହିଁ, ଜନସାଧାରଣଙ୍କ ଅର୍ଥରେ ଗଠିତ ରାଜକୋଷରୁ କୋଟି କୋଟି ଟଙ୍କା ବରବାଦ ହେଉଛି, ଦେଶବାସୀ ନିରାଶ ହେବା ସାର ହେଉଛି । କହିବା ବାହୁଲ୍ୟ ଯେ, ପାର୍ଲିଆମେଂଟର ଅଧିବେଶନ ସମୟରେ ପ୍ରତି ମିନିଟ ପିଛା ୨୫ ଲକ୍ଷ ଟଙ୍କା ବ୍ୟୟ ହୋଇଥାଏ । ଗୃହର ଦିନଟିଏ ନଷ୍ଟ ହେବା ଅର୍ଥ ରାଜକୋଷରୁ କୋଟି କୋଟି ଟଙ୍କା ବରବାଦ । ପାର୍ଲିଆମେଂଟର ମୌସୁମୀ ଅଧିବେଶନରେ ୧୯ଟି କାର୍ଯ୍ୟ ଦିବସରେ ସରକାର ୯ଟି ପଡିଥିବା ବିଲକୁ ସରକାର ଗୃହୀତ କରାଇବା ଯୋଜନା କରିଥିବା ବେଳେ ୧୭ଟି ନୂତନ ବିଲ ଆଗତ କରିବା ପାଇଁ ତାଲିକା ଭୁକ୍ତ କରିଛନ୍ତି । ଏହା ନିଶ୍ଚିତ ଯେ, ପାର୍ଲିଆମେଂଟ ହେଉଛି ଆଇନ ପ୍ରଣୟନର କ୍ଷେତ୍ର, ଆଲୋଚନାର କ୍ଷେତ୍ର ଯୁଦ୍ଧକ୍ଷେତ୍ର ନୁହେଁ । ଅଧିବେଶନ ସମୟରେ ଦେଶବାସୀ ଶାସକ ଓ ବିରୋଧି ଦଳଠାରୁ ବହୁତ କିଛି ଆଶା କରିଥାନ୍ତି । ମାତ୍ର ଅଧିବେଶନ ରଣକ୍ଷେତ୍ରରେ ପରିଣତ ହେଉଥିବାରୁ ଦେଶବାସୀଙ୍କୁ ନିରାଶ ହେବା ସାର ହେଉଛି । ମହାମାରୀ କରୋନା ଯୋଗୁଁ ଦେଶ ଏବେ ଏକ ଘଡିନ୍ଦି ମୁହୁର୍ତ ଦେଇ ଗତିକରୁଛି । ଗୋଟିଏ ପଟେ ମହାମାରୀର ପ୍ରକୋ ଏବଂ ଅନ୍ୟପଟେ ଦରଦାମ ବୃଦ୍ଧି ସାଙ୍ଗକୁ ବେରୋଜଗାରୀ, ବେକାରୀ ମୃଦ୍ଧି ଜୀବନ-ଜୀବିକାକୁ ଠପ କରି ଦେଇଛି । ଏପରି ଏକ ଦୁର୍ଦ୍ଧିନ ସମୟରେ ବିରୋଧି ଦଳନିଜର ସ୍ୱର ଉଠାଇବା ସ୍ୱାଭାବିକ । ସରକାର ବିରୋଧି ଦଳର ମତ ଶୁଣିବା ଏବଂ ପ୍ରତିକାର ପାଇଁ ପଦକ୍ଷେପ ଗ୍ରହଣ କରିବା ଉଚିତ । ଯାହାକି ଭାରତ ପରି ବୃହତ ଗଣତାନ୍ତ୍ରୀକ ରାଷ୍ଟ୍ର ପାଇଁ ଶୁଭଙ୍କର ହେବ । ସଂସଦର ଅଧିବେଶନ ଫଳପ୍ରଦ ହେଉ, ଏହାହିଁ ଦେଶବାସୀ