ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଜନଜୀବନକୁ ବିପର୍ଯ୍ୟସ୍ତ କରିବା ପରେ ଗତ ମାର୍ଚ୍ଚ ମାସରୁ ଦେଶରେ ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭ କରି ସମସ୍ତ ଶିକ୍ଷାନୁଷ୍ଠାନକୁ ଶିକ୍ଷାବର୍ଷ ଶେଷ ପୂର୍ବରୁ ବାଦ କରିଦିଆଯାଇଛି । ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ଯୋଗୁଁ ବାର୍ଷିକ ପରୀକ୍ଷା ବାତିଲ ହୋଇଛି । ମାତ୍ର ଗୁରୁତ୍ୱପୂର୍ଣ୍ଣ ତଥା ଦଶମ, ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ବହୁ ବିଳମ୍ବରେ ପ୍ରକାଶ ପାଇଛି । ନାମଲେଖା ପ୍ରକ୍ରୀୟା ବିଳମ୍ବିତ ହୋଇଛି । ଉଚ୍ଚଶିକ୍ଷା ଉପରେ ଏକ ପ୍ରକାର ଅଙ୍କୁଶଲାଗିଛି । ନିକଟରେ ଦେଶର ଇଂଜିନିୟରିଂ ଏବଂ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାପାଇଁ ଓଜଇଇ ଏବଂ ନିଟ୍ ପରୀକ୍ଷାକୁ ନେଇ ଯେଉଁ ଭଳି ପରିସ୍ଥିତି ଦେଶରେ ସୃଷ୍ଟି ହୋଇଥିଲା । ତାହା ବୋଧହୁଏ କାହାରିକୁ ଅଛପା ନାହିଁ । ବହୁ ରାଜ୍ୟସରକାର ଖୋଲା ଖୋଲି ଭାବେ ଯେଉଁ ସମୟରେ ପରୀକ୍ଷା କରିବା ପାଇଁ ବିଜ୍ଞ୍ୟପ୍ତି ପ୍ରକାଶ ପାଇଥିଲା, ତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଶେଷରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ତଥା ନିଦେ୍ର୍ଧଶ ପରେ କଡାସୁରକ୍ଷା ବ୍ୟବସ୍ଥା ଏବଂ କୋଭିଡ-୧୯ ନିୟମ କଡାକଡି ପାଳନ ସହ ରାଜ୍ୟ ସରକାରଙ୍କ ପୂର୍ଣ୍ଣ ସହଯୋଗରେ ପରୀକ୍ଷା କରାଯାଇଥିଲା । ଏପରିକି ମଧ୍ୟ ରାଜ୍ୟସରକାରମାନେ ପରୀକ୍ଷାର୍ଥମାନଙ୍କ ରହିବା, ଯିବା ଆସିବା ସମସ୍ତ ଦାୟିତ୍ୱ ବହନ କରିଥିଲେ । ସେହିପରି ସ୍ମାତକ ଓ ସ୍ନାତନିରେର ଶେଷ ପାରକ୍ଷା ନେଇ ଏବେ ବି ଟଣା ଓ ଟାରା ଲାଗି ରହିଛି । ବିନା ପରୀକ୍ଷାରେ କାହାରିପକୁ ସାର୍ଟିଫିକେଟ ପ୍ରଦାନ କରାଯାଇପାରିବ ନାହିଁ ବୋଲି ନିଦେ୍ର୍ଧଶ ଦେବା ପାରେ ପରୀକ୍ଷା ହେବା ନିଶ୍ଚିତ ହୋଇଯାଇଛି । ତଥାପି ପରୀକ୍ଷା ପାଇଁ ସଂକ୍ରମଣ ବଢ଼ିବା ନେଇ ମତ ଥମି ନାହିଁ । ଏବେ ଦେଶରେ ଯେଉଁ ଭଳି ସଂକ୍ରରମଣ ବଢ଼ିଚାଲିଛି, ସେଥିରେ ଶିକ୍ଷାନୁଷ୍ଠାନଗୁଡ଼ିକ କେବେ ଖୋଲିବ, ସେ ନେଇ ଅନିଶ୍ଚିତତା ଲାଗି ରହିଛି । ପୂଜାଛୁଟି ପରେ ଅର୍ଥାତ ନଭେମ୍ବର ମାସରେ ସ୍କୁଲ ଖୋଲିବା ନେଇ ଉଭୟକେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲେ ମଧ୍ୟ ଅସମ୍ଭବ ମନେହୁଏ ।
ଉଲେଖଯୋଗ୍ୟ ଯେ, ଦେଶରେ ଏବେ ଦୈନିକ ସଂକ୍ରମଣ ୯୦ ହଜାର ଉପରେ ଅର୍ଥାତ ୧ ଲକ୍ଷ ମୁହାଁ ହୋଇଛି । ବିଶ୍ୱରେ ସର୍ବାଧିକ କରୋନା ସଂକ୍ରମିତ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକାକୁ ପଛରେ ପକାଇ ଦୈନିକ ସଂକ୍ରମଣରେ ୧ ନମ୍ବର ସ୍ଥାନରେ ରହିଛି । ଏଭଳି ପରିସ୍ଥିତିରେ ଶିକ୍ଷାନୁଷ୍ଠାନ ଖୋଲିବା ଆଶାକ୍ଷୀଣ ବୋଲି ଆଶଙ୍କା ସୃଷ୍ଟି ହେବା ସ୍ୱ୍ୟଭାବିକ । ମହାମାରୀ କରୋନାର ମୁକାବିଲା ପାଇଁ ଟିକା ନ ବାହାରିବା ପର୍ଯ୍ୟନ୍ତ କୌଣସି କଟକଣା ଢ଼ିଲା ବା କୋହଲ ହେବନାହିଁ ବୋଲି ପ୍ରଧାନମନ୍ତ୍ରୀ କହିସାରିଲେଣି । ଏହା ସତ୍ୟ ଯେ, ମହାମାରୀ କରୋନା ପ୍ରଭାବରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ଅନର୍ଦ୍ଧିଷ୍ଟକାଳ ପାଇଁ ବନ୍ଦ ହୋଇଯିବା ଯୋଗୁଁ ଶିକ୍ଷା କ୍ଷେତ୍ରରେ ଗୁରୁତର ଶୂନ୍ୟତା ସୃଷ୍ଟି ହୋଇଛି । କରୋନା ଯୋଗୁଁ ପ୍ରଭାବିତ କ୍ଷେତ୍ର ଗୁଡ଼ିକରେ ଶିକ୍ଷାନୁଷ୍ଠାନ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା କହିଲେ ବୋଧହୁଏ ଭୁଲ ହୋଇ ନ ପାରେ । କରୋନା ଯୋଗୁଁ ୩୨୦ ମିଲିଅନ ଛାତ୍ରଛାତ୍ରୀ ଏବଂ ୯.୫ ମିଲିଅନ ଶିକ୍ଷକ ଶିକ୍ଷୟତ୍ରୀ ପ୍ରଭାବିତ ହୋଇଛନ୍ତି । ତେବେ ଶିକ୍ଷାଦାନ ଚାଲୁ ରଖିବାକୁ ସରକାର ଗତ ମେ’ ମାସରେ ଅନଲାଇନ ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାର ମଧ୍ୟ ‘ଇ-ବିଦ୍ୟା’ ଯୋଜନାର ଶୁଭାରାମ୍ଭ କରିଛନ୍ତି । ଏହି ବ୍ୟବସ୍ଥାରେ କେବଳ ସ୍ୱଚ୍ଛଳ ବର୍ଗର ପିଲାମାନେ ଉକକୃତ ହୋଇଥିବା ବେଳେ ମଧ୍ୟମ, ଚରିବ ବର୍ଗର ପିଲାମାନେ ବଂଚିତ ହୋଇଛନ୍ତି । ଦୀର୍ଘ ଲକ୍ଡାଉନ୍ ଯୋଗୁଁ ସେମାନଙ୍କ ଆର୍ଥକବସ୍ଥା ସଙ୍ଗୀନ ହୋଇପଡିଥିବା ବେଳେ ସ୍ମାଟଫୋନ୍ଟିଏ ପାଇବା ସାତସପନ ହୋଇପଡିଛି । ଗ୍ରାମଅଂଚଳରେ ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ୍ ରହିଛି, ମାତ୍ର ଇଂଟରନେଟନେଟ୍ ଅଭାବରୁ କିଏ ଗଛ ଉପରେ ବସି ପାଠ ପଢ଼ିଲାଣିତ, କିଏ ପାହଡ ଉପରେ, କିଏ ପାଣିଟାଙ୍କି ଉପରେ ବସି ମୋବାଇଲ ଦେଖିବା ଏବେ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଆମ ଦେଶରେ ହାରାହାରି ୬୦ ଭାଗ ଅଂଚଳ ଦୁର୍ଗମ, ପାହାଡିଆ ହୋଇଥିବାରୁ ୮୦ ପ୍ରତିଶତ ପରିବାରର ପିଲାମାନେ ଅନଲାଇନ ପାଠପଢ଼ାରୁ ବଂଚିତ ହୋଇଛି । ଦୀର୍ଘ କାଳ ଶିକ୍ଷାନୁଷ୍ଠାନ ବନ୍ଦ ଯୋଗୁଁ ଗରିବ ମଧ୍ୟବିତ ପରିବାରର ଛାତ୍ରଛାତ୍ରୀମାନେ ଯେଉଁ ମୂଲ୍ୟବାନ ସମୟ ହରାଇଛନ୍ତି, ଏବଂ ଶିକ୍ଷାର ଅଭ୍ୟାସ ହରାଇଛନ୍ତି, ତାହା ଭରଣା କରିବା ସେମାନଙ୍କ ପାଇଁ ସଂପୂର୍ଣ୍ଣ ଅସମ୍ଭବ । ସମୟ ଦୃଷ୍ଟିରୁ ଚଳିତବର୍ଷ ଶିକ୍ଷା ପାଠ୍ୟକ୍ରମ (ସିଲାବସ)କୁ ୩୦ ପ୍ରତିଶତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ହ୍ରାସ କରିଥିଲେ ମଧ୍ୟ ଯଦି ନଭେମ୍ବରରୁ ସ୍କୁଲ ଖୋଲେ, ତେବେ ବି ସିଲାବସ ଶେଷ ହେବା ଅସମ୍ଭବ ମନେହୁଏ । ତେଣୁ ଦେଶରେ ଅନଲାଇନ ଶିକ୍ଷାଯେ, ବିଫଳ ହୋଇଛି, ଏହା ନିସଂଦହରେ କୁହାଯାଇପାରିବ । ଅନଲାଇନ ଶିକ୍ଷା କାର୍ଯ୍ୟକ୍ରମ କେବଳ ସ୍ୱଚ୍ଛଳ ଓ ଅସ୍ୱଚ୍ଛଳ ବର୍ଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତାରତମ୍ୟ ବଢ଼ାଇବ, ଏଥିରେ ସଂଦେହ କରାଯାଇ ନ ପାରେ । ବିଦ୍ୟା ହେଉଛି ଏକ ଅଭ୍ୟାସ । ଦୀର୍ଘ ୬ ମାସରୁ ଉଦ୍ଧ୍ୱର୍ ସମୟ ଧରି ଏହି ଅଭ୍ୟାସ ଛାଡି ଯାଇଥିବାରୁ ଚଳିତ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଭାବିକ ଧାରାକୁ ଆଣିବାକୁ କଷ୍ଟକର ହେବ । ଆଶାଙ୍କାକୁ ଏଡାଇ ଦିଆଯାଇନପାରେ । କେବଳ ଅନଲାଇନ ନୁହେଁ, କି ଇ-ବିଦ୍ୟା ନୁହେଁ ଛାତ୍ରଛାତ୍ରୀଙ୍କୁ ସହାୟକ ହେବ ନାହିଁ । ଏଥିପାଇଁ ଶିକ୍ଷା ବିଚାରଦମାନେ ଉଭୟ ସହର ଓ ଗ୍ରାମାଅଂଚଳକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ ।