ଅପରାଧିଙ୍କୁ ଲଗାମ ନାହିଁ

କରୋନା ମହାମାରୀ ଯୋଗୁ ଏବେ ପରିସ୍ଥିତି ସଂଗିନ ହୋଇପଡିଲାଣି । ଶୃଙ୍ଖଳା ରକ୍ଷାକାରି ପୋଲିସ ବାହିନୀ ସବୁ ସ୍ଥାନରେ କୋଭିଡ ଯୋଦ୍ଧା ସାଜିଥିବାରୁ ସେଥିରେ ଅଧିକ ସମୟ ସେମାନେ ଦେବାକୁ ବାଧ୍ୟ ହେଉଥିଲା ବେଳେ ଅପରାଧିମାନେ ଏବେ ପୁରାଦମରେ ଅସାମାଜିକ, ବିଶୃଙ୍ଖଳିତ ଏବଂ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହୁଥିଲା ବେଳେ ସାଧାରଣ ଲୋକ ବ୍ୟାପକ କ୍ଷତିଗ୍ରସ୍ତ ହେଉଛନ୍ତି । ଅନ୍ୟ ପକ୍ଷରେ ସାଇବର ଠକମାନଙ୍କ ଉତ୍ପାତ ମଧ୍ୟ ବଢ଼ିଛି । ଗଣମାଧ୍ୟମରେ ୨୪ ଘଂଟା ପୂର୍ବରୁ ପ୍ରକାଶିତ ଖବର ଅନୁଯାୟୀ ଖୋଦ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସମୟରେ ଦାଦାବଟି ପାଇଁ ବିଲ୍ଡରଙ୍କୁ ଅପହରଣ, ଗିରଫଦାରି ଏଡାଇବାକୁ ନିଶାନିବାରଣ କେନ୍ଦ୍ରରେ ରହିବା, ଦୁର୍ଷ୍କନ ଏବଂ ଦାଦାବଟି ମାଗି ବାଇକି ଆଣିବା ୭ଟି ଦେକାନରୁ ଗୋଟିଏ ରାତିରେ ଚୋରିକରିବା, ଟଙ୍କା ଛଡାଇନେବା ଓ ବେପାରୀଙ୍କୁ ଭୁଜାଲି ଦେଖାଇ ଟଙ୍କା ଛଡାଇ ନେବା ସମ୍ପର୍କିତ ଖବର ପ୍ରକାଶ ପାଇଛି । ଏହା ବ୍ୟତିତ ମୟୂରଭଞ୍ଜରେ ଏଟିଏମ ପୋଡି, ରାଉଲକେଲାରେ ନକଲି ମହିଳା ଆଇପିଏସଙ୍କ ଠକାମି ସମେତ କଟକ, ସମ୍ବଲପୁର ଗଞ୍ଜାମ ଆଦି ଜିଲ୍ଳାରେ ଠକାମୀ, ରାହାଜାନି, ଲୁଟ, ଚୋରି ଆଦି ଗତ ୬ମାସ ମଧ୍ୟରେ ବଢ଼ି ଚାଲିଛି । ଏହାର କାରଣ କ’ଣ, ତାହା ସଠିକ ଭାବେ ଜଣା ପଡୁନାହିଁ ।
ତେବେ ଆମର ଏଠାରେ କହିବାର କଥା ହେଲା ଯେ, ବାସ୍ତବରେ ପୋଲିସ ଅଧିକ ସମୟ କୋଭିଡ କାର୍ଯ୍ୟକ୍ରମରେ ବ୍ୟସ୍ତ ରହୁଛି ନା’ କରୋନା ଭୟରେ ଅପରାଧିଙ୍କୁ ଧରିବା ନେଇ ବିଳମ୍ବିତ ପ୍ରକ୍ରିୟା ଗ୍ରହଣ କରାଯାଉଛି, ତାହା ଠିକ୍ ଭାବେ ଜଣାପଡୁନାହିଁ । ପୋଲିସ ମହାନିଦେ୍ର୍ଧଶକ ରାଜ୍ୟର ବିପର୍ଯ୍ୟସ୍ତ ଶାନ୍ତିଶୃଙ୍ଖଳା ଓ ଛୋଟ ବଡ଼ ଅପରାଧ ସମ୍ପର୍କରେ ଅନ୍ଲାଇନରେ ୩୦ଟି ଜିଲ୍ଳାର ଏସ୍ପିଙ୍କ ସହ ଆଲୋଚନା କରିବା ଓ ବୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ପର୍କରେ ସୁଚିନ୍ତିତ ସମୀକ୍ଷା ବୈଠକ ଡାକିବାର ଅଧିକ ଆବଶ୍ୟକତା ଥିଲା ଭଳି ମନେହୁଏ । କରୋନା ବଢିବା ସହିତ ଅପରାଧ ବଢୁଥିବାରୁ କେଉଁଠି ନା’କେଉଁଠି ଏହା ସଂଯୋଗୀକୃତ ବୋଲି କୁହାଯାଇପାରେ । ପୋଲିସ ପେଟ୍ରୋଲିଂ ବଡାଇବା ଏବଂ ବିଭିନ୍ନ ଥାନାଧିକାରୀଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷାଦିଗରେ ନିୟୋଜିତ କରିବା ଏବେ ଦୈନିକ- ଆବଶ୍ୟକତାରେ ପରିଣତ ହୋଇଛି ବୋଲି କହିବା ଦୋଷାବହ ନୁହେଁ ।

Leave A Reply

Your email address will not be published.

10 − 3 =