କରୋନା: ଆଉ ଡରାନା


ସର୍ବପ୍ରଥମେ ଧରାଧାମରେ ଯୋଉଁ ପୁରୁଷ ଓ ମହିଳା ଜନ୍ମ ନେଇଥିଲେ ବୋଲି ଧାର୍ମିକ ବିଶ୍ୱାସ ରହିଛି, ସେମାନେ ହେଲେ ଆଦାମ୍ ଓ ଇଭ୍ । ସେମାନଙ୍କଠାରୁ ମାନବ ଜାତିର ସୃଷ୍ଟି ବୋଲି ଧରିନିଆଯାଇଛି । ଇଶ୍ୱରଙ୍କୁ ସ୍ୱୀକାର କଲେ ଆମେ ଏହା କହିପାରୁ ଯେ ପ୍ରଥମେ ସେ ପ୍ରକୃତି ଓ ପରେ ମଣିଷକୁ ପୃଥିବୀକୁ ଆଣିଥିଲେ । ଆଜିର ଦିନରେ ଯଦି ସେହି ସୃଷ୍ଟିର ସମୀକ୍ଷା କରାଯାଏ, ତେବେ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେବା ଯେ ବିଜ୍ଞାନର ଅଗ୍ରଗତି ସହ ମଣିଷ କ୍ରମଶଃ ଏତେ ଅଭିଳାଷୀ ଓ ସ୍ୱାର୍ଥପର ହୋଇପଡିଲା ଯେ ସାମୟୀକ ସୁଖ ପାଇଁ ପ୍ରକୃତିକୁ ସେ ନିଷ୍ପେଶିତ କରିବାକୁ ଲାଗିଲା । ସନାତନୀ ଧର୍ମ କହେ, ଗୋଡି ମାଟିର ମଧ୍ୟ ଜୀବନ ରହିଛି । ବିଜ୍ଞାନ କହେ କେନ୍ଦ୍ରୀଭୁତ ଶକ୍ତିର ନଷ୍ଟ ହୁଏ ନାହିଁ ଓ ଏହାକୁ ମଧ୍ୟ ସୃଷ୍ଟି କରାଯାଇପାରେ ନାହିଁ । ତା ପରେ ମଧ୍ୟ ମଣିଷ ନିଜର ଇଛା ଓ ପ୍ରବୃତିକୁ ଚରିତାର୍ଥ କରିବା ଲାଗି ଦୁଇଟି ବିଶ୍ୱଯୁଦ୍ଧ ହେଲା । ଏହା ପରେ ନୂତନ ବିଶ୍ୱ ଗଢିଉଠିବ ବୋଲି ସମସ୍ତେ ଆଶା ପ୍ରକାଶ କରିଥିଲେ ସତ, କିନ୍ତୁ ନିଜର ସ୍ୱାର୍ଥକୁ ଆଖିଆଗରେ ରଖି ମନୁଷ୍ୟ ସମାଜର ଅଧିକାଂଶ ବ୍ୟକ୍ତି ଚାଲିବା ପରେ ପ୍ରକୃତି ଧ୍ୱଂସ ହେବାରେ ଲାଗିଲା । ଏପରି ଏକ ଅବସ୍ଥାରେ ଏବେ ସାରା ବିଶ୍ୱ ବିରୋଧରେ କରୋନା ଭାଇରସ୍ ଜନିତ ରୋଗର ଲଢେଇ ଏକ ଯୁଦ୍ଧ ଘୋଷଣା ନୁହେଁ ତ ଆଉ କଣ? ଇତି ମଧ୍ୟରେ ବିଶ୍ୱର ୨୦୦ରୁ ଅଧିକ ଦେଶ କରୋନା ଦ୍ୱାରା ଆକ୍ରାନ୍ତ । ସର୍ବାଧିକ ରୋଗୀ ଆମେରିକାରେ ପ୍ରାଣ ହରାଇଥିଲା ବେଳେ ପ୍ରଥମେ ଚୀନ୍ରୁ ଆରମ୍ଭ ହୋଇଥିବା କରୋନାରେ ଏହି ଦେଶର ୩୨୬୧ ମୃତ୍ୟୁ ବରଣ କରିଛନ୍ତି । ସମଗ୍ର ବିଶ୍ୱରେ ଲକ୍ଷାଧିକଙ୍କ ମୃତ୍ୟୁ ଘଟିଛି । ଓଡ଼ିଶା ସମେତ ବହୁ ରାଜ୍ୟ ଏଥିରେ ନାକେଦମ ହେଲେଣି ସଂଗରୋଧ ଓ ଏକାନ୍ତ ବାସ ଏହାର ମୂଳ ମନ୍ତ୍ର । ଏପରି ପଦକ୍ଷେପ ଭାରତ ଓ ଓଡ଼ିଶା ଭଳି ରାଜ୍ୟ ପାଇଁ ନିତାନ୍ତ ଆବଶ୍ୟକ ହେଉଥିଲା ବେଳେ ଅନେକ ଏହାକୁ ମଧ୍ୟ ପାଳନକରୁଛନ୍ତି ।
ଏଠାରେ ଆମର କହିବାର କଥା ହେଲା ଯେ ଆମ ରାଜ୍ୟ ସମେତ ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ ଆଦିରେ ରାଜ୍ୟରେ ମୃତ୍ୟୁସଂଖ୍ୟା ଓ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ଯେପରି ହେଲେ ଏହାର ନିରାକରଣ ହେବା ଉଚିତ । ଏ ଦେଶର ବହୁରାଜ୍ୟରେ ଯେଉଁ ଶ୍ରମିକ ପରିବାର କାମ ଉପରେ, ଖାଇବା ପାଇଁ ହୋଟେଲ ଉପରେ ନିର୍ଭରଶୀଳ, ସେଥି ପ୍ରତି ଉଭୟ କେନ୍ଦ୍ର ଓ ସବୁ ରାଜ୍ୟ ସରକାରର ସମୁଚିତ ଧ୍ୟାନ ଦିଅନ୍ତୁ । ଗୋଟିଏ ପଟେ କାମ ବନ୍ଦ, ଅନ୍ୟ ପଟେ ଘରକୁ ଯିବାକୁ ଗାଡି ବନ୍ଦ ଏବଂ ଖାଇବା ଲାଗି ହୋଟେଲ ଓ ଜଳଖିଆ ଦୋକାନ ବନ୍ଦ । ଡୁ୍ୟଟିରେ ଥିବା ଜିଲ୍ଲା ପ୍ରଶାସନ ଏହି ସମ୍ପର୍କରେ ଅନୁଧ୍ୟାନ କରନ୍ତୁ । ଆବଶ୍ୟକ ପଡିଲେ ଏକ ମିଟର ବ୍ୟବଧାନ ରଖି ଆହାର କେନ୍ଦ୍ର ଖୋଲନ୍ତୁ । କର୍ମସଂସ୍ଥାନ ପାଇଁ ଟିକାଆସିବା ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ସମସ୍ତ ଭାରତୀୟ ପରିସ୍ଥିତିର ଦୃଢ଼ ମୁକାବିଲା ଲାଗି ସଂକଳ୍ପ ନିଅନ୍ତୁ ।

Leave A Reply

Your email address will not be published.

ten − six =