କରୋନା ମଡେଲ୍ ଓ ଗଞ୍ଜାମ

ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କରୋନା ମହାମାରୀ ବ୍ୟାପିଥିଲା ବେଳେ ଲକ୍ଷାଧିକ ଲୋକଙ୍କ ପ୍ରାଣହାନି ଘଟିଛି ଓ ଏକ କୋଟିରୁ ଅଧିକ ଲୋକ କରୋନା ପଜିଟିଭରେ ଆକ୍ରାନ୍ତ ହୋଇଥିବା ବେଳେ ସେଥିରୁ କେତେକ ଚିକିତ୍ସା ଦ୍ୱାରା ସୁସ୍ଥ ହୋଇଛନ୍ତି । ବିଭିନ୍ନ ରାଷ୍ଟ୍ରରେ ମୃତ୍ୟୁଙ୍କ ସଂଖ୍ୟା ସହସ୍ରାଧିକ ହୋଇଥିଲେ ହେଁ ଏପରି ରାଷ୍ଟ୍ର ରହିଛି, ଯେଉଁଠାରେ ଏଯାବତ ମାତ୍ର ୨୭ ଜଣଙ୍କ ଏଥରେ ମୃତ୍ୟୁ ଘଟିଛି ଓ ଏହି ରାଷ୍ଟ୍ର ହେଲା ସିଙ୍ଗାପୁର । ଏବେ ବି ସାରା ବିଶ୍ୱରୁ ପର୍ଯ୍ୟଟକମାନେ ଏଠାକୁ ଆସୁଥିଲା ବେଳେ କରୋନା ପ୍ରତି ସତର୍କ ରହିବା ସହିତ ଅନ୍ୟପଟେ ପର୍ଯ୍ୟଟକମାନଙ୍କୁ ବୁଲିବାର ସମସ୍ତ ସୁବିଧାସୁଯୋଗ ଯୋଗାଇ ଦିଆଯାଉଥିବା ପ୍ରକାଶ । କିନ୍ତୁ ଆମେରିକା, ବ୍ରାଜିଲ୍, ଭାରତ ସମେତ ଇଟାଲି ବ୍ରିଟେନ୍ ଆଦି ରାଷ୍ଟ୍ରରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଅଧିକ ହେବା ସହିତ ଆଜିର ଦିନରେ ମଧ୍ୟ ଏହି ରୋଗର ଦବ୍ଦବା କିଛି କମ୍ ନାହିଁ । ଏ ସମ୍ପର୍କରେ ବ୍ରିଟେନସ୍ଥିତ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ଯେଉଁ ସର୍ବେକ୍ଷଣ ଭାରତରେ କରାଯାଇଛି । ସେଥିରେ ୩୧୦ ସହର ଉପରେ ଏହା କେନ୍ଦ୍ରୀଭୂତ । ଗବେଷଣା ଓ ସର୍ବେକ୍ଷଣରେ ସାମିଲ ହୋଇଥିବା ବିଶ୍ୱବିଦ୍ୟାଳୟ ଅଧ୍ୟାପକମାନେ ଗଞ୍ଜାମ ଜିଲ୍ଲା ମଡେଲ ସମେତ ବିଶ୍ୱର ସବୁଠାରୁ ବଡ଼ ବସ୍ତି ରୂପେ ଜଣାଶୁଣା ମୁମ୍ବାଇର ଧରାବୀ ବସ୍ତିରେ ଯେପରି କରୋନାକୁ ନିୟନ୍ତଣ କରାଯାଇପାରିଛି, ତାହାର ଉଚ୍ଚପ୍ରଶଂସା କରିବା ସହିତ ଏହାକୁ ମଡେଲ ରୂପେ ଗ୍ରହଣ କରାଯାଇପାରେ ବୋଲି ମତ ପ୍ରକାଶ କରିଛନ୍ତି । ସର୍ବ ପ୍ରଥମେ ଗଞ୍ଜାମରେ ମେ’ ୨ ତାରିଖରେ ପ୍ରଥମ କରୋନା ରୋଗି ଚିହ୍ନଟ ହୋଇଥିଲେ ହେଁ ଜୁଲାଇ ବେଳେକୁ ଏଠରେ ୭ ଶହ ଟପି କରୋନା ମଡିଚାଲିଥିଲା । ଅଗଷ୍ଟ ସୁଦ୍ଧା ପ୍ରାୟ ୫ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆ ଗଞ୍ଜାମ ଜିଲ୍ଳାକୁ ଫେରିବା ପରେ ଜୁଲାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଓ ଅଗଷ୍ଟ ଶେଷ ସୁଦ୍ଧା ୧୮ ହଜାର ପାଖାପାଖି ପହିଁଚିଥିଲା ତେବେ ଜିଲ୍ଲାପାଳଙ୍କ ନିୟମିତ ତତ୍ୱାବଧାନରେ ୫ଟି ଗ୍ରାମ ପାଇଁ ଗୋଟିଏ ଆମ୍ବୁଲାସ୍ ଓ ପ୍ରତି ଗାଁରେ କୋଭିଡ ପରିଚାଳନା କମିଟି ଗଠନ ସମୟ ପ୍ରତି ଘରକୁ ୫ଥର ଲେଖାଏଁ ସର୍ଭେ ସହ ଯେକୌଣସି ରୋଗରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ନିୟମିତ ଭାବେ କରାଯିବା ପରେ ଏହି ରୋଗ ଜିଲ୍ଳାରେ ପ୍ରାୟତଃ ନାହିଁ କହିଲେ ଚଳେ । ମାତ୍ର ୨ଶହରୁ କମ୍ ରୋଗୀ ଏଠାରେ ଏବେ ଚିହ୍ନଟ ହେଉଛନ୍ତି, ଯାହା ପୁର୍ବ ପରିସଂଖ୍ୟାନ ତୁଳନାରେ ଅତି ନଗଣ୍ୟ ବୋଲି କୁହାଯାଇପାରେ । ଏହା ସହିତ ଏବେ ଆମ ରାଜ୍ୟର ସବୁଠାରୁ ଅଧିକ ରୋଗୀ କଟକ ଓ ଭୁବନେଶ୍ୱର ସହର ସମେତ କଟକ ଓ ଖୋର୍ଦ୍ଧା ଜିଲ୍ଳାରେ ଥିବା ଜଣା ପଡୁଛି । ଏବେ ଏହାକୁ କମାଇବା ଲାଗି ସରକାରୀ ସ୍ତରରେ ବ୍ୟାପକ ଯୋଜନାବଦ୍ଧ ପଦକ୍ଷେପ ନିଆଯିବା ଜରୁରି ହୋଇପଡିଛି । ରୋଗୀଙ୍କୁ ରୋଗମୁକ୍ତ ହେବା ନିମିତ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିବା ଏବଂ ଅଯଥା ଏହି ରୋଗକୁ ନେଇ ଗଣମାଧ୍ୟମରେ କୋକୁଆ ଭୟ ସୃଷ୍ଟି ନକରାଯିବା ଶ୍ରେୟସ୍କର । ରୋଗ କିପରି କମିବ ଏବଂ ଏହାର ସଂକ୍ରମଣ ରୋକିବା ଲାଗି ପ୍ରତେକ ଦୈନିକ କେଉଁ କେଉଁ ନିୟମ ମାନିଚଳିବେ, ସେ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ଆବଶ୍ୟକ ଘୋଷଣା କରିବା ସହିତ ରୋଗୀଙ୍କ ମନବଳ ଦୃଢ଼ ରଖିବା ଲାଗି ବରଂ ଡାକ୍ତରମାନେ ଇଲେକ୍ଟ୍ରୋନିକ୍ସ ଚ୍ୟାନେଲରେ ବାରମ୍ବାର ସାକ୍ଷାତକାର ଏବଂ ବିଭିନ୍ନ ଦୈନିକ ଖବର କାଗଜରେ କୋଭିଡ ନିରାକରଣ ନେଇ ଲେଖା ସହିତ ବିଜ୍ଞାପନ ଦେବା ଅଧିକ ଆବଶ୍ୟକ ଭଳି ମନେହୁଏ । ଏ ଦିଗରେ ସରକାର ଏବେ ବିଚାର କରିବା ସମୟ ଉପନିତ ।

Leave A Reply

Your email address will not be published.

1 × 2 =