ଆମ ରାଜ୍ୟରେ ଦୀର୍ଘ ବର୍ଷ ଧରି ଦେବୀ ଦୁର୍ଗାଙ୍କ ପୂଜା ମନ୍ଦିର ତଥା ମୃଣ୍ମୟୀ ମୃର୍ତୀଙ୍କ ଆରଧାନା ଦୀର୍ଘ ୧୦ ଦିନ ବ୍ୟାପି ମହାସମାହରେ ଅନୁଷ୍ଠିତ ହୋଇଥାଏ । ଆମର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଏହି ପର୍ବ ଅଧିକ ଧୁମଧାମ୍ ସହ ପାଳନ କରାଯାଇଥିଲା ବେଳେ ଓଡ଼ିଶାରେ ଏହି ପୂଜା ଦେଶ ପରାଧିନ ରହିଥିବା ସମୟରେ ଅଧିକ ଗୃରୁତ୍ୱ ପାଇଥିଲା । ବିଶେଷତଃ, ରାଜ୍ୟର ଅଧିକ ଜମିଦାରି ନିଲାମ ସୁତ୍ରରେ ବଙ୍ଗର ବହୁ ଧନାଢ୍ୟ ବ୍ୟକ୍ତି ନେଉଥିଲା ବେଳେ ସେମାନେ ଦଶହରା ପର୍ବକୁ ମହାସମାରୋହରେ ପାଳନ କରିବା ଏକ ସାମାଜିକ ପ୍ରଥା ସୃଷ୍ଟି କରିବା ସହିତ କ୍ରମଶ ଓଡ଼ିଶାବାସୀ ଏହି ପୂଜାକୁ ଗହଣ କରିନେଇଥିଲେ । ତାହା ପରଠାରୁ ରାଜ୍ୟର କଟକ ସହରରେ ଏବଂ ଅନେକ ପୁରପଲ୍ଲୀରେ ଏହି ପର୍ବ ବଡ଼ ଆକାରରେ କରାଯାଉଥିଲା ବେଳେ କ୍ରମଶଃ ସ୍ୱାଧିନୋତର ଭାରତ ବର୍ଷରେ ଆମ ରାଜ୍ୟରେ ମଧ୍ୟ ଦଶହରା ବଡ ଆକାରରେ ଅନୁଷ୍ଠିତ ହେବାକୁ ଲାଗିଲା । ମୋଟାମୋଟି ଭାବେ ଦଶହରା, ମହାଲକ୍ଷ୍ମୀ ପୂଜା ଓ କାଳି ପୂଜା ଗୋଟିକ ପରେ ଗୋଟିଏ ଲାଗ୍ଲାଗ୍ ସ୍ୱଲ୍ୱ ସମୟ ମଧ୍ୟରେ ପଡ଼ିବା ସହିତ ଏଗୁଡିକୁ ଆବାଳବୃଦ୍ଧବନିତାତ୍ତସ୍ୱତଃସ୍ଫୂର୍ତ ଭାବେ ବଡ଼ ଆକାରରେ ପାଳନ କରିବା ଦେଖାଯାଇଥିଲା । ତେବେ ଏଠାରେ ଆମ୍ଭର କହିବାର କଥା ହେଲା ଯେ, ଏବେ ଓଡ଼ିଶାରେ ଦଶହରାକୁ ମହାସମାହରୋହରେ କଟକ, ପୁରୀ, ବାଲେଶ୍ୱର ଆଦି ଜିଲ୍ଲାମାନଙ୍କରେ ପାଳନ କରାହୋଇ ଆସୁଛି । କିନ୍ତୁ ଚଳିତ ବର୍ଷ ଦୁର୍ଗାପୂଜାର ଷଷ୍ଠୀ ଦିନରେ ମୃଣ୍ମୟୀ ଦେବୀ ପିଠମାନଙ୍କରେ ପୂଜା ଆରମ୍ଭ ହୋଇଯାଇଛି । କିନ୍ତୁ ଏ କ୍ଷେତ୍ରରେ ଦୁଇଟି କଥା ବାଧକ ସାଜିଛି । ସେଥିଲାଭି ଅଳ୍ପ ଦିନ ପୂର୍ବେ କଟକର ୯ଟି ପୂଜା କମିଟି ପୋଲିସ ଦ୍ୱାରା ସ୍ଥିରୀକୃତ ମୃଣ୍ମୟୀ ମୂର୍ତୀମାନଙ୍କ ୪ଫୁଟ ଉଚ୍ଚତା କରିବା ଲାଗି ଦିଆଯାଇଥିବା ନିଦେ୍ର୍ଧଶ ବିରୋଧରେ କୋର୍ଟ ଯାଇଥିଲେ ଓ ସେମାନଙ୍କୁ ୪ଫୁଟରୁ ଅଧିକ ଉଚ୍ଚର ମୂର୍ତୀ କରିପାରିବେ ବୋଲି ନିଦେ୍ର୍ଧଶ ମିଳିସାରିଛି । କିନ୍ତୁ କୋଭିଡ କଟକଣା ଜାରିରହିବ । ଦର୍ଶକମାନେ ଦେବୀ ମୂର୍ତୀ ନିକଟକୁ ଆସିବା ଉପରେ ମଧ୍ୟ ଏସଓପି ପ୍ରାୟ ହୁଲିଆ ଜାରିହୋଇଥିବା ଗଣମାଧ୍ୟମରେ ପ୍ରକାଶ ପାଇସାରିଛି । ତେବେ ସେ ଯାହା ହେଉନା କାହିଁକି, ଏଥର ଦୁର୍ଗାପୂଜା ପ୍ରତି କଟକଣା ଅଧିକ ଲାଗୁ ହେବା ନିଶ୍ଚିତ । ତେଣୁ ଦର୍ଶକମାନେ କୋଭିଡ ନିୟନ୍ତ୍ରଣକୁ ଆଖିଆଗରେ ରଖି ମଣ୍ଡପ ବୁଲିବାକୁ ପଡିବ । ନଚେତ ସେମାନେ ଆଇନ ଅମାନ୍ୟ କରୁଛନ୍ତି ବୋଲି ଧରିନିଆଯିବ । ଅନ୍ୟପକ୍ଷରେ ଯେଉଁ ଲଘୁଚାପ କେନ୍ଦ୍ରୟବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି, ତା ଉତର ପଶ୍ଚିମ ଦିଗରେ ଗତିକରିବା ସହିତ ଆନ୍ଧ୍ର ଓ ଦକ୍ଷଣ ଓଡ଼ିଶା ଅଡକୁ ମୁହାଁଉଥିବା ଭାରତୀୟ ପାଣିପାଗ ବିଭାଗ ମହାନିଦେ୍ର୍ଧଶକ ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେବା ସହିତ କହିଛନ୍ତି ଯେ ଆଜି ଏହା ଦିଗ ବଦଳାଇ ଅବପାତରେ ପରିଣତ ହେବା ସହିତ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଉପକୂଳ ଆଡେ ମୁହାଁଇଥିବାରୁ ଆଗକୁ ଜୋରରେ ପବନ ବଢ଼ିବା ସହିତ ସମୁଦ୍ର ଅଶାନ୍ତ ହୋଇବ ଏବଂ ବର୍ଷା ହେବା ସମ୍ଭାବନକୁ ଏଡାଇ ଦିଆଯାଇପାରିବ ନାହିଁ । ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁଯାୟୀ ଆଜି ଏହା ଅବପାତରେ ପରିଣତ ହେବା ସହିତ ପବନର ଗତି ବଢ଼ିବ ଏବଂ ସମୁଦ୍ର ଅସାନ୍ତ ରହିବ ଓ ବର୍ଷା ଜାରିରହିବ । ଏପରିକି ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଆଦିରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ଥିବାରୁ ଏହି ଜିଲ୍ଲା ଗୁଡିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୩ରେ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରପଡା ଓ ଜଗତସିଂହପୁରରେ ପ୍ରବଳ ବର୍ଷା ସମ୍ଭାବନା ଯୋଗୁ ୟେଲୋ ୱାର୍ଣ୍ଣିଂ ଜାରିକରାଯାଇଛି । ୨୪ ଓ ୨୫ରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବ ଏବଂ କେନ୍ଦୁଝର, ଦେବଗଡ଼, ଝାରଶୁଗୁଡା ଓ ସୁନ୍ଦରଗଡରେ ସ୍ୱଳ୍ପ ବର୍ଷା ଏବଂ ବାଲେଶ୍ୱର ଓ ମୟୂଭଞ୍ଜରେ ମଧ୍ୟ ଧରଣ ବର୍ଷା ହୋଇପରେ । ୨୭ ତାରିଖରୁ ସମଗ୍ର ରାଜ୍ୟରେ ତାପମାତ୍ରା କମିବା ସହିତ ଥଣ୍ଡା ଅନୁଭୁତ ହେବ । ଏଠାରେ କୁହାଯାଇପାରେ, ବର୍ଷା ଯଦି ଲାଗିରହେ ତେବେ ଦଶହରାରେ ବେପାର ମାନ୍ଦା ହେବା ସ୍ୱଭାବିକ । ଅନ୍ୟପଟେ ଦଶହରା ସରିବା ପରେ ଲକ୍ଷ୍ମୀପୂଜା ଆରମ୍ଭ ହେବା ସହିତ ଥଣ୍ଡା ଓ ଶୀତ ଅନୁଭୁତ ହେଲେ କରୋନା ଭୁତାଣୁ ଅଧିକ ବ୍ୟାପିବା ନେଇ ପୂର୍ବରୁ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚେତନ କରାଇଥିବା ଯୋଗୁ ଏଥର ମଧ୍ୟ ଦଶହରା ଓ ଲକ୍ଷ୍ମୀପୂଜାକୁ ଅଧିକ ଭକ୍ତ ଆସିବା ସମ୍ଭାବନା କମ୍ । ତେଣୁ ସଂକ୍ଷିପ୍ତରେ କହିଲେ ଖୁବ୍ ସତର୍କତା ଅବଲମ୍ବନ ଯଦି ନିଶ୍ଚିତ, ତେବେ ଦଶହରା ଓ ଲକ୍ଷ୍ମୀପୂଜା ମାନ୍ଦା ହେବା ସ୍ଥିର ନିଶ୍ଚିତ ।