ଦୀର୍ଘ ୭ ମାସ ଭିତରେ କରୋନା ମହାମାରୀ ସାରା ବିଶ୍ୱରେ ଏହାର ଭୟଙ୍କର ରୂପ ପ୍ରଦର୍ଶନ କରିଚାଲିଛି । ଚାଇନାରୁ ୨୦୨୦ ଜାନୁଆରୀ ଓ ଫେବୃଆରୀ ସୁଦ୍ଧା କରୋନା ସଂକ୍ରମଣ ସଂଖ୍ୟା ତଳକୁ ଖସିଥିଲା ବେଳେ ଏହା ପୃଥିବୀର ଅନ୍ୟ ଦେଶ ଗୁଡିକୁ ସଂକ୍ରମିତ ହୋଇଥିଲା । ବିଶେଷତଃ, ପାଶ୍ଚାତ୍ୟ ରାଷ୍ଟ୍ର ଆମେରିକା, ବ୍ରିଟେନ, ଜର୍ମାନ, ଇଟାଲି ଓ ଏହା ସହିତ ରୂଷିଆ, ଅଷ୍ଟେ୍ରଲିଆ ଆଦି ଦେଶ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଥିଲା ବେଳେ ହଜାର ହଜାର ରୋଗୀଙ୍କ ମୃତୁ୍ୟ ଘଟିଥିଲା । ସର୍ବାଧିକ ମୃତ୍ୟୁ ଆମେରିକାରେ ଘଟିବା ସହିତ ଏହି ଦେଶରେ ସଂକ୍ରମଣ ସଂଖ୍ୟା ମଧ୍ୟ କିଛି କମ୍ରେ ନଥିଲା । ଏବେ ବି ଏଠାରେ କରୋନାର ଦବ୍ଦବା ଜାରିରହିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି କରୋନା ପଜେଟିଭ ଚିହ୍ନଟ ହେବା ପରେ ଆର୍ମି ହସ୍ପିଟାଲରେ ଚିକିତ୍ସିତ । ତେବେ ଭାରତକୁ ଏହି ମହାମାରୀ ପଦାର୍ପଣ କରିବା ସହିତ ଏଠରେ ଦେଶର ବ୍ୟାପକ କ୍ଷତି ଘଟିବା ସହିତ ଦୈନିକ ୭୦ ହଜାରରୁ ଉଦ୍ଧ୍ୱର୍ ବ୍ୟକ୍ତି ପଜେଟିଭ ଚିହ୍ନଟ ହେବା ସହିତ ମୃତ୍ୟୁସଂଖ୍ୟା ପ୍ରାୟ ୮ ଶହ ହେଉଥିବା ପ୍ରକାଶ । ଏପରିକି ବହୁ ପଛରେ ଭାରତକୁ କୋଭିଡ ଭୂତାଣୁ ଆସିଥିଲେ ହେଁ ଏବେ ସାରାବିଶ୍ୱରେ ସର୍ବାଧିକ ସଂକ୍ରମଣ ତାଲିକାର ଦ୍ୱିତୀୟରେ ଏହା ରହିଛି । ତେବେ ଅକ୍ଟୋବର ୬ ତାରିଖ ମଙ୍ଗଳବାର ଦିନ କେନ୍ଦ୍ରସରକାର ଏକ ବିଭୃତିରେ ପ୍ରକାଶ କରିଛନ୍ତି ଯେ, ଦେଶରେ ସଂକ୍ରମଣ ହାରରେ ହ୍ରାସ ଘଟିଥିବା ଅନୁଭୁତ ହେଉଛି । ଏପରିକି ଓଡ଼ିଶାରେ ରାଜ୍ୟ ସରକାର ମଧ୍ୟ ସୂଚନା ଦେଇଛନ୍ତି ଯେ, ଏଠାରେ ଦୈନିକ ସଂକ୍ରମଣ ସଂଖ୍ୟା ୩ ହଜାର ତଳକୁ ଖସିଛି । ଯଦି ଓଡ଼ିଶା ସମେତ ସାରା ଦେଶରେ ଏବେ କରୋନା ପଜେଟିଭ ସଂଖ୍ୟା କମୁଥାଏ, ତେବେ ଏହା ନିଶ୍ଚିତ ଭାବେ ଏକ ସୁଖବର । ସଂକ୍ରମଣ କମିଲେ ମୃତ୍ୟୁ ହାର ଆପେଆପେ କମିବା ସ୍ୱଭାବିକ । ଏପରି ହେଲେ ସମାଜିକ ବ୍ୟବସ୍ତାକୁ କମ୍ ସମୟ ମଧ୍ୟରେ ବ୍ୟବସ୍ଥିତ କରିହେବ । ତତ୍ ସହିତ ଟିକା ଆସିବା ପର୍ଯ୍ୟନ୍ତ ମାସ୍କ ପିନ୍ଧିବା, ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା ଏବଂ ସାମାଜିକ ଦୁରତ୍ୱ ରକ୍ଷା କରିବା ଆଦି ମୂଳ ନିୟମ ଗୁଡିକୁ ମାନିଚଳିଲେ, କରୋନା ମହାମାରୀକୁ ଆମ ରାଜ୍ୟ ସମେତ ସାରା ଦେଶ ଉଚିତ ମୁକାବିଲା କରିବାରେ ସମର୍ଥ ହୋଇପରିବ ।